କାଜୁର ଉପକାରିତା ଓ ଅପକାରିତା ଗୁଣ

0

କାଜୁ ସାଧାରଣତଃ ମିଠା ଖାଦ୍ୟରେ ବ୍ୟବହାର କରାଯାଇଥାଏ । କାଜୁ ତ୍ଵଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରେ । କାଜୁରେ ମ୍ୟାଗ୍ନେସିୟମ, ପୋଟାସିୟମ, କପର, ଜିଙ୍କ, ଆଇରନ, ମାଙ୍ଗାନିଜ ଇତ୍ୟାଦି ରହିଥାଏ । କାଜୁ ଶରୀର ପାଇଁ ଲାଭଦାୟକ ଅଟେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ବେଳେ ଏହା ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ । ତେବେ ଆସନ୍ତୁ ଜାଣିବା କାଜୁର ଉପକାରିତା ଓ ଅପକାରିତା ଗୁଣ ବିଷୟରେ….

ଉପକାର:

କାଜୁ ଶରୀର କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିଥାଏ । କାଜୁରେ ଆଇରନର ମାତ୍ରା ଥିବାରୁ ଶରୀରରୁ ରକ୍ତର ଅଭାବକୁ ଦୂର କରିଥାଏ । ଏହା ଖାଇଲେ ଦାନ୍ତ ଶକ୍ତ ହୋଇଥାଏ ।

ପ୍ରତିଦିନ ୨-୩ ଟି କାଜୁ ଖାଇବ ଦ୍ୱାରା ଆମର କିଡ଼ନି(ବୃକକ୍‌) ଓ ଲିଭର୍‌(ଯକୃତ)କୁ ଅନେକ ଲାଭ ମିଳିଥାଏ । ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।

କାଜୁରେ ପ୍ରୋଟିନ ଥିବାରୁ ତ୍ଵଚା ଓ କେଶ ସୁସ୍ଥ ରଖିଥାଏ । ଏଥିରେ ସୋଡ଼ିୟମର ମାତ୍ରା କମ ଓ ପୋଟାସିୟମ୍‌ର ମାତ୍ରା ଅଧିକ ଥିବାରୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ ।

କାଜୁରେ ଭିଟାମିନ ବି ଥିବାରୁ କାଜୁ ଖାଇ ପାଣିରେ ମହୁ ମିଶାଇ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । କ୍ୟାନସର ରୋଗରୁ କିଛି ମାତ୍ରାରେ ରକ୍ଷା କରିଥାଏ ।

ପାଚନକ୍ରିୟା ବଢ଼ାଇବାରେ ସାହାଯ୍ୟ କରିଥାଏ ।

କାଜୁ ଇନସୁଲିନର ମାତ୍ରା ବଢ଼ାଇ ଡ଼ାଇବେଟିସର ମାତ୍ରାକୁ କମ୍ କରିଥାଏ ।

ଅପକାର:

ପ୍ରତିଦିନ ୨-୩ଟି କାଜୁ ଖାଇଲେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ, କିନ୍ତୁ ଅଧିକାଂଶ ଲୋକେ ମିଠା କାଜୁ ଖାଇଥାନ୍ତି, ଯାହା ଦ୍ବାରା ଉଚ୍ଚ ରକ୍ତଚାପ ବଢ଼ିଥାଏ ।

କାଜୁ ଅଧିକ ଖାଇଲେ ପେଟରେ ଷ୍ଟୋନ୍‌ ହୋଇଥାଏ ।

କାଜୁରେ ଭିଟାମିନ ଓ ମିନେରାଲ ଅଧିକ ମାତ୍ରାରେ ଥାଏ, ଯାହା ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଗର୍ଭବତୀ ମହିଳାଙ୍କର ଏଲର୍ଜି ଥାଏ ତେବେ ଏହା ମାଆ ଓ ଶିଶୁ ଉଭୟଙ୍କ ପାଇଁ କ୍ଷତିକାରକ ହୋଇପାରେ ।

ଅଧିକ କାଜୁ ଖାଇଲେ ରକ୍ତରେ ସୁଗାର ପରିମାଣ ବଢ଼ିଥାଏ । ଯାହା ଡ଼ାଇବେଟିସ ରୋଗୀଙ୍କ ପାଇଁ କ୍ଷତିକାରକ ଅଟେ ।

ଅପରେସନର ୨ ସପ୍ତାହ ପୂର୍ବରୁ କାଜୁ ଖାଇବାକୁ ଡ଼ାକ୍ତର ମାନେ ବାରଣ କରିଥାନ୍ତି ।

Leave A Reply