www.samajalive.in
Saturday, December 6, 2025
23.1 C
Bhubaneswar

ଲାଲଗଡ ପୁଲିସର ବଡ ସଫଳତା, ୨୫୦ ମାଓ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲାର ଲାଲଗଡ ପୁଲିସକୁ ଏକ ବଡ ସଫଳତା ମିଳିଛି। ମାଓବାଦୀଙ୍କ ଆଡ୍ଡାସ୍ଥଳୀ କୁହାଯାଉଥିବା ଦୁର୍ଗମ ମାଥିଲି ଥାନା ଅନ୍ତର୍ଗତ ମହୁପଦର ଠାରେ ଆତ୍ମସମର୍ପଣ ଶିବିର ଆୟୋଜନ କରିଥିଲା । ମାଥିଲି ଥାନା ଆଇଆଇସି ଜନ୍ ଖୁଜୁରଙ୍କ ନିକଟରେ ୨୫୦ ଜଣ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ନକ୍ସଲଙ୍କ ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ମାଓ ହାତ ଛାଡିଥିବା ସମର୍ଥକ ପୁଲିସର ସୁରକ୍ଷା ଲୋଡିଛନ୍ତି ।

ସୂଚନା ଯୋଗ୍ୟ, ମହୁପଦର ଠାରେ ଏହି ଆତ୍ମସମର୍ପଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଦୁର୍ଗମ ଗଡର ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ । ପୂର୍ବରୁ ମାଓବାଦୀମାନେ ମହୁପଦରର ଠାରେ ଥିବା ପୁଲିସ ଫାଣ୍ତିକୁ ଉଡାଇ ଦେଇଥିଲେ । ସେବେ ଠାରୁ ୧୦ ବର୍ଷ ହେବ ମହୁପଦରରେ ଲାଲ ଆତଙ୍କ ରାଜୁତି କରିଥିଲା । କିଛି ମାସ ହେବ ମହୁପଦର ଠାରେ ପୁନର୍ବାର ପୁଲିସ କ୍ୟାମ୍ପ ହେବା ପରେ ଧିରେ ଧିରେ ନକ୍ସଲଙ୍କ ଦୌରାତ୍ମ୍ୟ କମିବାରେ ଲାଗିଥିଲା । ଏହାପରେ ଲୋକଙ୍କ ନିକଟତର ହେବାକୁ ମାଥିଲି ପୁଲିସ ପ୍ରୟାସ ଆରମ୍ଭ କରିଥିଲା । ଏହାପରେ ପୁଣି ସିଧାସଳଖ ପ୍ରଥମ ଥର କରି ମହୁପଦର ଯାତ୍ରୀ ବିଶ୍ରାମଗାର ଠାରେ ଆତ୍ମସମର୍ପଣ ଶିବିର ଆୟୋଜନ କରି ମହୁପଦରର ପଞ୍ଚାୟତ ଅଧିନରେ ଥିବା ଦୁର୍ଗମ ଗାଁରୁ ମାଓ ସଂଗଠନକୁ ସମ୍ପୂର୍ଣ୍ଣ ମୂଳପୋଚ୍ଛ କରାଇବା ପାଇଁ ସମର୍ଥକ ଅଣ୍ଟା ଭିଡିଛନ୍ତି । ଉନ୍ନୟନ କାମରେ ସହଯୋଗ କରିବା ସହିତ ଆତ୍ମସମର୍ପଣକାରୀ ପୁଲିସର ସୁରକ୍ଷା ଲୋଡିଛନ୍ତି । ଏହାସହ ପୁଲିସ ମଧ୍ୟ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦେବ ବୋଲି ଲୋକଙ୍କୁ ଭରସା ଦେଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories