www.samajalive.in
Monday, December 15, 2025
16.1 C
Bhubaneswar

ପାଳିରେ ଆସୁଛନ୍ତି ଡାକ୍ତର ; ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ଗୋପ : ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଅଞ୍ଚଳର ୮ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଲକ୍ଷାଧିକ ଜନସାଧାରଣ ନିର୍ଭର କରୁଥିବାବେଳେ ଏଠି ଡାକ୍ତର ଅଭାବରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡେପୁଟେସନରେ ଡାକ୍ତରଙ୍କୁ ଅଣାଯାଇ କାର୍ଯ୍ୟ କରାଯାଉଥିଲେ ମଧ୍ୟ ତାହା ସଠିକ୍‍ ଭାବରେ ହୋଇ ନ ଥିବା ସାଧାରଣରେ ଆଲୋଚନା ହେଉଛି। ଫଳରେ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଡାକ୍ତର ପଦବୀ ପୂରଣ କରିବା ସହିତ ବିଭିନ୍ନ ସମୟରେ ଡାକ୍ତରମାନେ ରହି ରୋଗୀଙ୍କ ସେବା କରିବା ପାଇଁ ସାଧାରଣରେ ପ୍ରବଳ ଦାବି ହେଉଛି। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଥିବାବେଳେ ଏଠି ତାହା ବ୍ୟତିକ୍ରମ ଦେଖାଦେଇଛି। ଏପରିକି ଏଠାରେ ନିଯୁକ୍ତ ଡାକ୍ତରମାନେ ସଠିକ୍‍ ସମୟରେ ଆସୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ଶିବପ୍ରସାଦ ମଙ୍ଗରାଜଙ୍କୁ ପଚାରିବାରେ ସେ କୁହନ୍ତି, ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁ ସମୟରେ ଡାକ୍ତର ରହିବା ସହିତ ରୋଗୀଙ୍କ ସେବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। କୌଣସି କ୍ଷେତ୍ରରେ ଏଠାରେ ରୋଗୀଙ୍କ ସେବା ଲାଗି ଅସୁବିଧା ହୁଏ ନାହିଁ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories