www.samajalive.in
Saturday, December 13, 2025
27.1 C
Bhubaneswar

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ , ୧ ଅଟକ

ସୋର : ସୋର ପୌରାଞ୍ଚଳରେ ଜଣେ ନାବାଳିକା (ଷଷ୍ଠ ଶ୍ରେଣୀ ଛାତ୍ରୀ)ଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି । ସୂଚନା ଯୋଗ୍ୟ, ପ୍ରାୟ ଗତ ମାସରୁ ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ଦୁଇ ଯୁବକ ରାସ୍ତାରେ ତାଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଭାଷାରେ କଥା ହେବାକୁ ବାଧ୍ୟ କରୁଥିଲେ। ନାବାଳିକା ଛାତ୍ରୀକୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅସଦାଚରଣ କରୁଥିଲେ। ଘଟଣାକୁ ନେଇ ଗାଁ ଲୋକେ ଗତ ୧୫ ଦିନ ତଳେ ସମାଧାନ କରିଥିଲେ ମଧ୍ୟ ଶନିବାର ଛାତ୍ରୀ ଜଣକ ସ୍କୁଲ ଯିବା ବେଳେ ସମାନ ଘଟଣା ଘଟିବାରୁ ଛାତ୍ରୀ ଜଣକ ଦିବ୍ୟାଙ୍ଗ ବାପାକୁ ଘଟଣା ସମ୍ପର୍କ ଜଣାଇ ଥିଲେ। ଏହାପରେ ଗାଁ ଲୋକଙ୍କ ସହିତ ଗତକାଲି ବିଳମ୍ବିତ ରାତିରେ ସୋର ଥାନାରେ ଏନେଇ ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ବାପା ଜଣେ ଦିବ୍ୟାଙ୍ଗ ଯୋଗୁଁ ମା ଭଦ୍ରକରେ ଏକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରନ୍ତି ବୋଲି ଜଣାପଡ଼ିଛି। ଏହାପରେ ଉକ୍ତ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତ ହରିହର ମାଲିକକୁ ଅଟକ ରଖିଛି। ଅନ୍ୟ ଅଭିଯୁକ୍ତ ଇଶ୍ବର ମହାଳିକ ଫେରାର ହୋଇଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories