୨୪ବର୍ଷ ପରେ ରାଜନୀତିକୁ ଫେରିବେ ଜର୍ଦ୍ଦାରୀ

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପାକିସ୍ତାନ ପିପୁଲ୍‍ସ୍‍ ପାର୍ଟିର ଯୁଗ୍ମ ଅଧ୍ୟକ୍ଷ ଅସିଫ୍‍ ଅଲ୍ଲି ଜର୍ଦ୍ଦାରୀ ନିର୍ବାଚନ ଲଢିବା ନେଇ ଘେଷଣା କରିଛନ୍ତି। ପାକିସ୍ତାନରେ ହେବାକୁ ଥିବା ଆସନ୍ତା ସାଧାରଣ ନିର୍ବାଚନରେ ନିଜ ପୈତୃକ ଗ୍ରାମ ନବାବଶାହରୁ ଜାତୀୟ ଆସେମ୍ବ୍ଲି ପାଇଁ ପ୍ରତିଦ୍ୱନ୍ଦ୍ୱୀତା କରିବେ ବୋଲି କହିଛନ୍ତି। ଏହି ଘୋଷଣା ପରେ ଦୀର୍ଘ ୨୪ବର୍ଷ ପରେ ଜର୍ଦ୍ଦାରୀ ସଂସଦୀୟ ରାଜନୀତିକୁ ଫେରୁଥିବା ସୂଚନା ମିଳିଛି। ଆସନ୍ତା ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply