୨୩ ବର୍ଷୀୟା ଗର୍ଭବତୀଙ୍କୁ ଗଣବଳାତ୍କାର

0

ଗୁଡ୍‍ଗାଓଁ : ହରିୟାଣାର ମାନେସରଠାରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଘଟଣା ଲୋକଲୋଚନକୁ ଆସିଛି। ଚଳିତମାସ ୨୧ରେ ନିୟମିତ ଡାକ୍ତରୀ ପରୀକ୍ଷା ନିମନ୍ତେ ମହିଳା ଜଣକ ସ୍ୱାମୀଙ୍କ ସହ ସାଇକଲରେ ଡାକ୍ତରଖାନା ଯାଇଥିଲେ। ତେବେ ଫେରିବା ପଥରେ ସାଇକଲରେ ବସିବାକୁ କଷ୍ଟ ହେଉଛି ବୋଲି ମହିଳା ଜଣକ କହିବାପରେ ତାଙ୍କୁ ଅଟୋରେ ଘରକୁ ଫେରିବାକୁ କହି ସ୍ୱାମୀ ପରାମର୍ଶ ଦେବାସହିତ ନିଜେ ସାଇକଲରେ ଫେରିଆସିଥିଲେ। ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ ପତ୍ନୀ ଘରକୁ ନ ଫେରିବା ପରେ ସ୍ୱାମୀ ବିବ୍ରତ ହୋଇପଡିଥିଲେ। ପରେ ଘରକୁ ଫେରି ତାଙ୍କୁ ଗଣବଳାତ୍କାର କରାଯାଇଥିବା କଥା ମହିଳା ଜଣକ କହିଥିଲେ। ଅଟୋରେ ବସିବାପରେ ଡ୍ରାଇଭର ତାଙ୍କୁ ପାଣି ପିଇବାକୁ ଦେଇଥିଲେ। ଏହାପରେ ସେ ଚେତା ହରାଇଥିଲେ। ଏହାର ସୁଯୋଗ ନେଇ ସଂପୃକ୍ତ ଅଟୋ ଡ୍ରାଇଭର ଓ ତାଙ୍କର ଦୁଇ ସହଯୋଗୀ ମହିଳାଙ୍କୁ ବଳାତ୍କାର କରିଥିଲେ। ଘଟଣାର ଚାରିଦିନ ପରେ ମହିଳା ଜଣକ ଥାନାରେ ଏତଲା ଦାଏର କରିଛନ୍ତି। ମହିଳା ଜଣକ ବିହାର ବାସିନ୍ଦା ହୋଇଥିବାବେଳେ ସ୍ୱାମୀ ଓ ଶିଶୁପୁତ୍ର ସହ ମାନେସରରେ ବସବାସ କରୁଛନ୍ତି।

Leave A Reply