www.samajalive.in
Sunday, December 14, 2025
19.1 C
Bhubaneswar

ରାଜ୍ୟସ୍ତରୀୟ ପୁସ୍ତକ ମେଳାକୁ ନେଇ ସାମ୍ୱାଦିକ ସମ୍ମିଳନୀ

ଯାଜପୁର: ଆସନ୍ତା ୨୩ ତାରିଖରୁ ଯାଜପୁର ବାଳାଶ୍ରମ ପଡିଆରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଆରମ୍ଭ ହେବାକୁ ଯାଉଛି। ଯାଜପୁର ଜିଲା ପ୍ରଶାସନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହିତ ଅନନ୍ୟା ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ହେବାକୁ ଥିବା ଏହି ପୁସ୍ତକ ମେଳା ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ। ଏହି ପୁସ୍ତକମେଳାକୁ ସରସ ସୁନ୍ଦର କରିବା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁସ୍ତକମେଳାରେ ୯୦ଟି ଷ୍ଟଲ ଖୋଲାଯିବାର ସୂଚନା ମିଳିଛି। ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ପ୍ରକାଶକ ଏବଂ ବିତରକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ପ୍ରତ୍ୟେହ ସଂଧ୍ୟାରେ ଆୟୋଜିତ ହେବ ସାହିତ୍ୟ ଆଲୋଚନା ଚକ୍ର, ପୁସ୍ତକ ଉନ୍ମୋଚନ, ନୃତ୍ୟ, ଚିତ୍ରଙ୍କନ ପ୍ରତିଯୋଗିତା ଓ କୁଇଜ କାର୍ୟ୍ୟକ୍ରମ ହେବ। ରାଜ୍ୟର ପ୍ରତିଷ୍ଠିତ ସାହିତ୍ୟିକ ଓ ବୁଦ୍ଧିଜିବି ମାନେ ଏଥିରେ ସାମିଲ ହେବାର କାର୍ୟ୍ୟକ୍ରମ ରହିଛି। ଏଥିସହିତ ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ୟ୍ୟକ୍ରମ ରହିଛି। ଅନ୍ୟମାନଙ୍କ ମଧ୍ୟରେ ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ଅନନ୍ୟା ସାହିତ୍ୟ ସଂସଦର ସଭାପତି ସନ୍ତୋଷ କୁମାର ନନ୍ଦ, ସମ୍ପାଦକ କାନହୁ ଚରଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories