www.samajalive.in
Saturday, December 13, 2025
27.1 C
Bhubaneswar

୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତି ଲକ୍ଷ୍ୟ ପୂରଣ ଦିଗରେ ଭାରତ – ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତକୁ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତିରେ ପରିଣତ କରିବାପାଇଁ କେନ୍ଦ୍ର ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଆସୋଚାମ୍‍ର ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ମୋଦୀ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଭାରତ ଏହି ଲକ୍ଷ୍ୟ ପୂରଣ ପାଇଁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିପାରିଛି। ସେ କହିଛନ୍ତି, ଦେଶ ଏହି ଲକ୍ଷ୍ୟ ପୂରଣ ପାଇଁ ଏକ ହୋଇଛି ଏବଂ ନିଜର କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଛି।

ମୋଦୀ କହିଛନ୍ତି, ଏନ୍‍.ଡି.ଏ. ସରକାରଙ୍କ ପକ୍ଷରୁ ନିଆଯାିଥିବା ପଦକ୍ଷେପ ଯୋଗୁଁ ବର୍ତ୍ତମାନ ୧୩ଟି ବ୍ୟାଙ୍କ୍‍ ଲାଭରେ ଚାଲୁଛି। ବ୍ୟାଙ୍କିଙ୍ଗ୍‍ ଏବଂ କର୍ପୋରଟ୍‍ ଜଗତ ସହିତ ଜଡ଼ିତ ଲୋକମାନଙ୍କୁ ଆଶ୍ୱାସନା ଦେଇ ସେ କହିଛନ୍ତି, ବିଗତ ଦିନର ଦୁର୍ବଳତାକୁ ଭୁଲିଯାଇ ସେମାନେ ଦୃଢ଼ତାର ସହିତ କଠୋର ନିଷ୍ପତ୍ତି ନିଅନ୍ତୁ, ଖୋଲା ହୃଦୟ ନେଇ ନିବେଶ କରନ୍ତୁ ଏବଂ ଉଚିତ୍‍ କ୍ଷେତ୍ରରେ ବ୍ୟୟ କରନ୍ତୁ। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଅର୍ଥ ବ୍ୟବସ୍ଥାକୁ ନୂତନତ୍ୱ ଦେବା ସହ ସଠିକ୍‍ ମାର୍ଗରେ ପରିଚାଳନା କରିବାକୁ ଚାହୁଁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଟିକସ ବ୍ୟବସ୍ଥାରେ ପାରଦର୍ଶିତା, ଦକ୍ଷତା ଏବଂ ଉତ୍ତର ଦାୟିତ୍ୱ ଆଣିବା ପାଇଁ ସରକାର ପ୍ରଶାସନିକ କ୍ଷେତ୍ରରେ ଅନେକ ପଦକ୍ଷେପ ନେଉଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି, ୫ ବର୍ଷ ପୂର୍ବରୁ ଦେଶର ଆର୍ଥିକ ବ୍ୟବସ୍ଥା ବିନାଶ ଆଡ଼କୁ ଗତି କରୁଥିଲା, ଯାହା ଏବେ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ସେ କହିଛନ୍ତି, ସରକାର କୌଣସି ପ୍ରକାରର ଚ୍ୟାଲେଞ୍ଜ୍‍କୁ ଭୟ କରନ୍ତି ନାହିଁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆସୋଚାମ୍‍କୁ ଏହାର ଲକ୍ଷ୍ୟ ପୂରଣ ଦିଗରେ ସଫଳ ହୋଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories