www.samajalive.in
Sunday, December 7, 2025
18.1 C
Bhubaneswar

ଖ୍ରୀଷ୍ଟମାସ ପାଳିବାକୁ ଯାଆନ୍ତୁ ଭାରତର ଏହି ସହରକୁ, ସାଙ୍ଗରେ ନେଇ ଆସିବେ ନିଆରା ଅନୁଭୂତି

ଖ୍ରୀଷ୍ଟମାସ ଦିବସକୁ ମାତ୍ର ଆଉ ଗୋଟିଏ ସପ୍ତାହ ବାକି ରହିଥିବା ବେଳେ ସାରା ବିଶ୍ବରେ ଏହାର ପ୍ରସ୍ତୁତ ପ୍ରଣାଳୀ ଜୋର ସୋରରେ ଆରମ୍ଭ ହୋଇଗଲାଣି। ଭାରତରେ ମଧ୍ୟ ଅନେକ ସ୍ଥାନରେ ଖ୍ରୀଷ୍ଟମାସ ଦିବସକୁ ମହା ଆଡମ୍ବର ସହ ପାଳନ କରାଯାଏ। ତେବେ ଭାରତର ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ଆପଣ ଅତି ଆଡମ୍ବର ସହ ଖ୍ରୀଷ୍ଟମାସ ଉତ୍ସବ ପାଳିନ କରିପାରିବେ ।

ଯଦି ଆପଣ ଖ୍ରୀଷ୍ଟମାସ ଦିବସ ନିଆର ତରିକାରେ ପାଳନ କରିବାକୁ ଚାହୁଁଛନ୍ତି ତେବେ ଦେଶର ଆର୍ଥିକ ରାଜଧାନୀ ମୁମ୍ବଇ ଯାଆନ୍ତୁ। ମାୟାନଗରୀ କୁହାଯାଉଥିବା ମୁମ୍ବଇରେ ବଡ ଧୁମଧାମରେ ଖ୍ରୀଷ୍ଟମାସ ଦିବସ ପାଳନ କରାଯାଏ। କିଛି ନୂଆ ଉପାୟରେ ଏଠାରେ ଆପଣ ଖ୍ରୀଷ୍ଟମାସ ଉତ୍ସବକୁ ଅଧିକ ରୋମାଞ୍ଚକର କରି ପାରିବେ।

- Advertisement -

ମୁମ୍ବଇରେ ଅନେକ ପ୍ରସିଦ୍ଧ ଚର୍ଚ ରହିଛି। ଅଫଗାନ ଚର୍ଚ୍ଚ, ହୋଲୀନେମ କ୍ୟାଥେଡ୍ରଲ, ସେଣ୍ଟ ମାଇକଲ ଚର୍ଚ୍ଚ ଏବଂ ମାଉଣ୍ଟ ମ୍ୟାରୀଜ ବ୍ୟାସିଲିକା ଚର୍ଚରେ ହେଉଥିବା ମିଡନାଇଟ୍ ମାସ (ଖ୍ରୀଷ୍ଟମାସର ପୂର୍ବ ରାତ୍ରିରେ ହେଉଥିବା ଉତ୍ସବ)ରେ ଆପଣ ସାମିଲ ହୋଇପାରିବେ। ଆପଣଙ୍କୁ ଏକ ନିଆରା ଅନୁଭବ ମିଳିବ।

ମୁମ୍ବଇର ରାତ୍ରି ଜୀବନ ବିଷୟରେ ନ କହିବା ଭଲ। କୁହାଯାଏ ବିଶେଷ ଉତ୍ସବରେ ଏହି ସହରବାସୀ ରାତିରେ ଶୁଅନ୍ତି ନାହିଁ। ବିଶେଷ କରି ଖ୍ରୀଷ୍ଟମାସ ଦିବସ ଏବଂ ନୂଆବର୍ଷରେ ଏଠାରେ ସଡକ ଉପରେ ଉତ୍ସବ ପାଳନ କରାଯାଏ। ଶପିଂ ମଲରେ ମଧ୍ୟ ଖ୍ରୀଷ୍ଟମାସ ଅବସରରେ ସ୍ପେଶାଲ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। କେତେକ କାର୍ଯ୍ୟକ୍ରମରେ ଲୋକେ ସାଣ୍ଟାକ୍ଲଜ ବେଶ ଧାରଣ କରି ପିଲାଙ୍କୁ ଉପହାର ବାଣ୍ଟନ୍ତି।

ଏହି ଅବସରରେ ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇବାକୁ କିଏ ବା ପସନ୍ଦ ନ କରିବ। ବିଭିନ୍ନ ହୋଟେଲ, ପବ୍ ଓ ରେସ୍ତୋରାଁ ରେ ଖ୍ରୀଷ୍ଟମାସରେ ସ୍ପେଶାଲ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ପୁଡିଙ୍ଗ, ରୋଷ୍ଟ କେକ୍, ଷ୍ଟପ୍ଡ କେକ୍ ଭଳି ଅନେକ ବ୍ୟଞ୍ଜନ ଆପଣଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories