ନବରଙ୍ଗପୁର: ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ବାମୁଣି ପଞ୍ଚାୟତରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାର ନ୍ୟାୟିକ ତଦନ୍ତ କରାଯିବା ସହିତ ମୃତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ବିଜେପି ପକ୍ଷ
ରୁ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ଏହା ସହିତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଜେପି ସାଂସଦ ବଳଭଦ୍ର ମାଝି, ଯୁବନେତା ଗୌରୀଶଙ୍କର ମାଝି, ଜିଲା ଓବିସି ମୋର୍ଚ୍ଚା ସମଭାପତି ମନୋଜ ମହାକୁଡ଼, ଜିଲା ମିଡିଆ ସେଲ ସଂଯୋଜକ ସଞ୍ଜୀବ ନନ୍ଦ ଏବଂ ଅମୂଲ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଗତ ୧୩ ତାରିଖ ରାତି ୭ଟା ବେଳେ ନାବାଳିକା ଜଣକ ଘରେ ନ ଥିବା ପରିବାର ଲୋକେ ଦେଖିଥିଲେ। ଫଳରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କ ପତ୍ତା ମିଳି ନ ଥିଲା। କିନ୍ତୁ ଶନିବାର ସକାଳେ ଘରଠାରୁ ୬୦୦ ମିଟର ଦୂରରେ ଅମରି ଗଛ ତଳେ ନାବାଳିକାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହାର କିଛି ଦୂରରେ ୨ଟି ଜିନ୍ସ ପ୍ୟାଣ୍ଟ ଏବଂ ଚପଲ ପଡ଼ି ରହିଥିଲା। ନାବାଳିକାଙ୍କୁ ଗଣବଳାତ୍କାର ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ପରିବାର ପକ୍ଷରୁ କୋଷାଗୁମୁଡ଼ା ଥାନାରେ ଏତଲା ଦିଆଯାଇଛି। ଘଟଣାରେ ୪ ଜଣକ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।



