ଶନିବାର ରାଶିଫଳ

0

ମେଷ: ଯୋଜନାର ପରିବର୍ତ୍ତନ ଘଟାଇ ପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହେବେ। ଶାନ୍ତ ଓ ଧୈର୍ଯ୍ୟବାନ ହୋଇପାରନ୍ତି। ପତ୍ନୀ ପରାମର୍ଶଦାତା ହେବେ।

ବୃଷ: ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡ଼ିବ। ତଥାପି ଶତ୍ରୁ ଦମନ କରିବାରେ ସିଦ୍ଧିହସ୍ତ ହେବେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ମିଳିବ।

ମିଥୁନ: ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ, ତେଜସ୍ୱୀ ଓ ବିବେକୀ ହେବେ।

କର୍କଟ: କାର୍ଯ୍ୟର ପ୍ରଗତି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିପାରେ। ନିଜ ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଯଶସ୍ୱୀ ଓ କୀର୍ତ୍ତିମାନ ହେବେ।

ସିଂହ: ଚାକିରି କ୍ଷେତ୍ରରେ ଅଧିକ ଦାୟିତ୍ୱ ବହନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ପ୍ରେମୀ, ସାହସୀ ଶୁଦ୍ଧ ସ୍ୱଭାବର ହେବେ। ସାନଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ।

କନ୍ୟା: କାର୍ଯ୍ୟ ଓ ଦାୟିତ୍ୱରେ ପରିବର୍ତ୍ତନ ଘଟିବ। ଆଶାବାଦୀ ହୋଇପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ମଧୁରଭାଷୀ, ସହନଶୀଳ ଓ ଶାନ୍ତପ୍ରିୟ ହେବେ। ମିତ୍ର ସୁଖ ମିଳିବ। ସ୍ତ୍ରୀ ବିଳାସୀ ହେବେ।

ତୁଳା: ଜଞ୍ଜାଳମୁକ୍ତ ହୋଇ ଆଶ୍ୱସ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଶକ୍ତିମାନ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ଋଣକ୍ଷେତ୍ରରେ ବିଜୟୀ ହେବେ। ମାଲି ମୋକଦ୍ଦମାରେ ବିଜୟୀ ହୋଇ ଧନଲାଭ କରିବେ।

ବିଛା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କେତେକ କ୍ଷେତ୍ରରେ ପଥରୋଧକୁ ଏଡ଼ାଇ ଆଗକୁ ବଢ଼ିବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ପୂର୍ବାହ୍ଣରେ ରାଜଯୋଗ ଓ ଅପରାହ୍ଣରେ ବ୍ୟୟ ଯୋଗ ଅଛି।

ଧନୁ: କେତେକ ସମସ୍ୟାକୁ ନେଇ ବିବ୍ରତ ହୋଇପାରନ୍ତି। ଆୟ ଆଶାନୁରୂପ ହୋଇପାରେ। ଯଶସ୍ୱୀ ହେବେ। ଲୋକପ୍ରିୟତା ବୃଦ୍ଧି ହେବ। ଚଞ୍ଚଳ ପ୍ରକୃତିର ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭ ହେବ।

ମକର: କାର୍ଯ୍ୟକ୍ଷେତ୍ର ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ। ଆତ୍ମ ସନ୍ତୋଷ ଲାଭ କରିବେ। ପରିବାରର ମଙ୍ଗଳ କରିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ଯଶସ୍ୱୀ ହେବେ। ବ୍ୟବସାୟ ଲାଭଜନକ ହୋଇପାରେ।

କୁମ୍ଭ: ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ ହେବେ। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ମୀନ: ଅତି ଭାବଦୋସ୍ତି ଶେଷରେ କଳହର ସୂତ୍ରପାତ ଘଟିପାରେ। ଅଶାନ୍ତି ସୃଷ୍ଟି ହେବ। ଈର୍ଷା ପରିତ୍ୟାଗ କଲେ ଲୋକାଦୃତ ହୋଇପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।

Leave A Reply