ଯାଜପୁର: ଯାଜପୁର ଜିଲା ଖଇରାବାଦ ପଞ୍ଚାୟତର ପିସିବି ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ତୁଷାରକାନ୍ତ ମିଶ୍ରଙ୍କ ଅନ୍ୟତ୍ର ବଦଳି ପ୍ରତିବାଦରେ ବୁଧବାର ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ଏହି ବିଦ୍ୟାଳୟରେ ୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ସହିତ ଅଟଳ ଟିଙ୍କରିଂ ଲ୍ୟାବ ରହିଛି। ବିଜ୍ଞାନ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Popular Categories



