www.samajalive.in
Friday, December 12, 2025
16.1 C
Bhubaneswar

କଟକରେ ଏନ୍‌କାଉଣ୍ଟର: କୁଖ୍ୟାତ ଡକାୟତ ବବ୍‌ଲୁ ଆହତ

କଟକ: କଟକ ସ୍ଥିତ ନରାଜ ଅଞ୍ଚଳରେ ବୁଧବାର ଚୌଦ୍ୱାର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡର ଏନ୍କାଉଣ୍ଟରରେ କୁଖ୍ୟାତ ଡକାୟତ ସଚିନ୍ ପାଓ୍ୱାର ଓରଫ୍ ବବ୍‌ଲୁ ଆହତ ହୋଇଛି। ଏନ୍‌କାଉଣ୍ଟରରେ ତା’ର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଚିକିତ୍ସା ପାଇଁ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଭୋର ପ୍ରାୟ ୩ଟାରୁ ୪ଟା ସମୟରେ ବବ୍‌ଲୁ ନରାଜ ଅଞ୍ଚଳର ଏକ ଘରେ ଥିବା ନେଇ ଚୌଦ୍ୱାର ପୁଲିସ୍ ଖବର ପାଇଥିଲା। ଏହାପରେ ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ବବ୍‌ଲୁ ସହ ଥିବା ତା’ର ଦୁଇ ସହଯୋଗୀ ସେଠାରୁ ଖସି ପଳାଇଥିଲେ। ଏହାପରେ ପୁଲିସ ବବ୍‌ଲୁକୁ ଘେରାବନ୍ଦୀ କରିବା ସହ ଆତ୍ମସମର୍ପଣ କରିବାକୁ କହିଥିଲା। ହେଲେ ବବ୍‌ଲୁ ଆତ୍ମସମର୍ପଣ ନକରି ପୁଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଜବାବରେ ପୁଲିସ ତା’ ଉପରକୁ ଗୁଳି ଚଳାଇଥିଲା। ଫଳରେ ବବ୍‌ଲୁର ଡାହାଣ ଗୋଡ଼ରେ ବୁଳି ବାଜିଥିଲା। ଏହି ଗୁଳିବିନିମୟରେ ଚୌଦ୍ୱାର ଥାନାର ୩ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ସୂଚନାଯୋଗ୍ୟ, ବବ୍‌ଲୁ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ସେ ଏକ ଡାକାୟତ ଗ୍ୟାଙ୍ଗ୍‌ର ମୁଖ୍ୟ ସଦସ୍ୟ ଥିଲା। ତା’ ନାଁରେ ଏକାଧିକ ମାମଲା ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories