www.samajalive.in
Friday, December 12, 2025
14.1 C
Bhubaneswar

ଦିଲ୍ଲୀ ଅଗ୍ନିକାଣ୍ଡର ଅସଲ ହିରୋ ରାଜେଶ, ଜୀବନକୁ ବାଜି ଲଗାଇ ବଞ୍ଚାଇଲେ ୧୧ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ରେ ଥିବା ଏକ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡରେ ୪୫ ଜଣଙ୍କ ଜୀବନ ଚାଲିଯାଇଛି। ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଯୋଗୁ ବହୁ ଜୀବନକୁ ବି ରକ୍ଷା କରାଯାଇପାରିଛି। ପୀଡ଼ିତଙ୍କୁ ନିଆଁ ଭିତରୁ ଉଦ୍ଧାର କରିବାରେ ବଡ଼ ଭୂମିକା ଥିଲା ଅଗ୍ନିଶମ କର୍ମଚାରୀଙ୍କର। ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ସହିତ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ। ତେବେ ଏହି ଅପରେଶନ ସମୟରେ ୧୧ ଜଣଙ୍କ ଜୀବନ ବଞ୍ଚାଇଥିବା ଆଗ୍ନିକ ରାଜେଶ ଶୁକ୍ଳା ଏବେ ଚର୍ଚ୍ଚାରେ। କାରଣ ରାଜେଶ ଯାହା କରିଦେଖାଇଛନ୍ତି, ତାହା ହୁଏତ ଅନ୍ୟ କାହା ପାଇଁ ସମ୍ଭବ ହୋଇ ନ ପାରେ। ଏଥିପାଇଁ ତାଙ୍କୁ ଏବେ ‘ରିୟଲ ହିରୋ’ କୁହାଯାଉଛି। ତାଙ୍କ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। କାରଣ ହାଡ଼ ଜନିତ ଆଘାତ ସତ୍ବେ ରାଜେଶ ଅଗ୍ନିକାଣ୍ଡ ସ୍ଥଳରେ ଉଦ୍ଧାର କାର୍ଯ୍ୟ ପାଇଁ ପଛଘୁଞ୍ଚା ଦେଇ ନ ଥିଲେ। ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି, ଯିଏକି ଅଗ୍ନିକାଣ୍ଡସ୍ଥଳରେ ପ୍ରଥମେ ପ୍ରବେଶ କରିଥିଲେ ଏବଂ ଜଣକ ପରେ ଜଣଙ୍କୁ ଧରି ବାହାରକୁ ଆଣିଥିଲେ। ତାଙ୍କର ଏହି ଦୁଃସାହସିକ କାର୍ଯ୍ୟକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସତ୍ୟେନ୍ଦ୍ର ରାଜେଶଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରି ଏହି ସାହସୀ ହିରୋଙ୍କୁ ସାଲ୍ୟୁଟ୍‌ ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ରେ ଥିବା ଏକ ଲଗେଜ ଫ୍ୟାକ୍ଟ୍ରିରେ ରବିବାର ଭୋର ସମୟରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪୫ ଜଣଙ୍କ ମୃତ୍ୟୁ ଘଟିଛି। ୫୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରମୁଖ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories