www.samajalive.in
Friday, December 12, 2025
16.1 C
Bhubaneswar

ଡ଼କ୍ଟର ବି.ଆର.ଆମ୍ବେଦକରଙ୍କ ତିରୋଧାନ ଦିବସ ଅବସରରେ ‘ସମାଜ’ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଆଜି ହେଉଛି ଡ଼କ୍ଟର ବି.ଆର.ଆମ୍ବେଦକର (ଡ଼କ୍ଟର ଭୀମରାଓ ରାମଜୀ ଆମ୍ବେଦକର)ଙ୍କ ତିରୋଧାନ ଦିବସ। ଏହି ଅବସରରେ ‘ସମାଜ’ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ପରିଚିତ ଡ଼କ୍ଟର ବି.ଆର୍‍ .ଆମ୍ବେଦକର ୧୮୯୧ ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ। ଗରିବ ପରିବାରରେ ଜନ୍ମଲାଭ କରିବା ପରେ ଖୁବ ପରିଶ୍ରମ କରି ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭାରତରେ ଆମ୍ବେଦକର ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହି ଦଳିତ ରାଜନେତାଜଣକ ଆଇନ ଉପାଧି ହାସଲ କରିବା ସହ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ଅଧ୍ୟୟନ-ଅନୁସନ୍ଧାନ କରିଥିବାରୁ କଲମ୍ବିଆ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍‍ ଇକୋନୋମିକ୍ସ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡ଼କ୍ଟରେଟ ଉପାଧିରେ ସମ୍ମାନିତ କରାଯାଇଥିଲା। ମଧୁମେହ ରୋଗରେ ପୀଡ଼ିତ ହୋଇ ଆମ୍ବେଦକର କାର୍ଯ୍ୟଚାପ ଓ ସ୍ୱାସ୍ଥ୍ୟବସ୍ଥାରେ ଅବନତି କାରଣରୁ ୧୯୫୬ ଡ଼ିସେମ୍ବର ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories