www.samajalive.in
Sunday, December 14, 2025
26.1 C
Bhubaneswar

ଧାରଣାସ୍ଥଳରେ ଚାଲିଗଲା ଗଣଶିକ୍ଷକଙ୍କ ଜୀବନ

ଖୁଣ୍ଟା/ଭୁବନେଶ୍ବର: ଭୁବନେଶ୍ୱରରେ ଚାଲିଥିବା ଗଣ ଶିକ୍ଷକଙ୍କ ଆନ୍ଦୋଳନସ୍ଥଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି। ଧାରଣାସ୍ଥଳରେ ଜଣେ ଆନ୍ଦୋଳନରତ ଗଣଶିକ୍ଷକଙ୍କ ମୃତ୍ୟୁ ହୋଇ ଯାଇଛି। ମୃତକ ହେଲେ ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ବଡ଼ଖୁଣ୍ଟା ଗ୍ରାମର ଗଣଶିକ୍ଷକ ନିରଞ୍ଜନ ବାରିକ(୫୦)। ମଙ୍ଗଳବାର ଅପରାହ୍ଣରେ ଭୁବନେଶ୍ୱରର ଲୋୟର ପିଏମ୍‌ଜି ଛକରେ ଗଣ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବା ବେଳେ ନିରଞ୍ଜନ ଅଭିଭାଷଣ ପ୍ରଦାନ କରୁଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ଟଳି ପଡିଥିଲେ। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ନିରଞ୍ଜନ ଗୋପବନ୍ଧୁ ନଗର ବ୍ଲକ ବାଲିଡ଼ିହା ସେବାଶ୍ରମ ସ୍କୁଲର ଶିକ୍ଷକ ଥିଲେ। ତାଙ୍କ ବିୟୋଗ ଖବର ଜଣାପଡିବା ପରେ ଖୁଣ୍ଟା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗଣ ଶିକ୍ଷକ ମାନଙ୍କ ଅଧିକାର ପାଇଁ ଜୀବନବ୍ୟାପୀ ଆନ୍ଦୋଳନର ନେତୃତ୍ୱ ନେଇ ଆସିଥିବା ନିରଞ୍ଜନ ଶେଷରେ ଆନ୍ଦୋଳନସ୍ଥଳରେ ହିଁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ରଞ୍ଜନଙ୍କ ପତ୍ନୀ ଓ ଦୁଇ ପୁଅ ରହିଥିବା ବେଳେ ସରକାର ତାଙ୍କ ପରିବାରକୁ କ୍ଷତିପୂରଣ ସହ ପରିବାରରେ ଜଣଙ୍କୁ ଚାକିରି ଦେବାକୁ ସାଧାରଣରେ ଦାବି ହୋଇଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories