ଦ୍ୱାରଶୁଣି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଳ ଷ୍ଟେସନରେ ବାଙ୍ଗିରିପୋଷି-ବାଲେଶ୍ବର ଡିଏମ୍ୟୁ ଟ୍ରେନ୍ରେ ମଙ୍ଗଳବାର ଅପରାହ୍ନରେ ନିଆଁ ଲାଗିଛି। ଷ୍ଟେସନ୍ରେ ଠିଆ ହୋଇଥିବା ଟ୍ରେନ୍ ଇଂଜିନରେ ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଯାଇଥିବା ଜଣାପଡିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ବାଙ୍ଗିରିପୋଷି ଷ୍ଟେସନ୍ରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଟ୍ରେନ୍ଟି ଚେକିଂ ପରେ ପୁଣି ବାଲେଶ୍ବର ଅଭିମୁଖେ ଯାତ୍ରା କରିଛି।
Popular Categories



