www.samajalive.in
Friday, December 12, 2025
15.1 C
Bhubaneswar

ଶକ୍ତି ସଂରକ୍ଷଣ ଦିବସରେ ବ୍ଳକସ୍ତରୀୟ କୁଇଜ ପ୍ରତିଯୋଗିତା

ବଡ଼ସାହି : ଶକ୍ତି ସଂରକ୍ଷଣ ଦିବସ ଅବସରରେ ସ୍ଥାନୀୟ ସରକାରୀ ହାଇସ୍କୁଲରେ ରବିବାର ବ୍ଳକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଶକ୍ତି, ବନ ଓ ପ୍ରଦୂଷଣ ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶାଳଗାଁ, ମାଣତ୍ରୀ, ମୂଷାଗଡିଆ, ସିଂହଟିଆ ହାଇସ୍କୁଲ, ତାଳପଦା ବାଳିକା ଉଚ୍ଚବିଦ୍ୟାଳୟ, ବଡ଼ସାହି ମଇ ସ୍କୁଲ, ବଡ଼ସାହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଓ ଆଦର୍ଶ ବିଦ୍ୟାଳୟର ମୋଟ ୭୭ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଆୟୋଜକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମୁଖ୍ୟଅତିଥି ଭାବେ ବ୍ଲକ ବିଜ୍ଞାନ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ସମ୍ମାନିତ ଅତିଥି ଭାବେ ସରୋଜ କୁମାର ବେହରା ଉପସ୍ଥିତ ଥିଲେ। ଆଦର୍ଶ ବିଦ୍ୟାଳୟର ଶ୍ରେଷ୍ଠ ତିନିଜଣ କୃତି ପ୍ରତିଯୋଗୀ ତନ୍ୟାଶା ବେହେରା, କୈବଲ୍ୟ ଜେନା ଓ ପ୍ରଜ୍ଜଳ କୁମାର ପତିଙ୍କୁ ଅତିଥିଦ୍ୱୟ ଯଥାକ୍ରମେ ୧ହଜାର, ୮ଶହ ଓ ୬ଶହ ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଶିକ୍ଷକ ପରମାନନ୍ଦ ବେହେରା, ଦେବାଶୀଷ ମହାପାତ୍ର, ତ୍ରୀଲୋଚନ ବେହେରା ଓ ସର୍ଜନ ବାରିକ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories