www.samajalive.in
Friday, December 12, 2025
15.1 C
Bhubaneswar

ଫଡନବୀଶଙ୍କୁ ବିରୋଧୀ ଦଳ ନେତା ସ୍ୱୀକାର କରିବି ନାହିଁ – ଉଦ୍ଧବ

ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି, ସେ ବିଜେପିର ଦେବେନ୍ଦ୍ର ଫଡନବୀଶଙ୍କୁ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ସ୍ୱୀକାର କରିବେ ନାହିଁ। ଆଜି ବିଧାନସଭାରେ ଫଡନବୀଶଙ୍କୁ ବିପକ୍ଷ ନେତା ଭାବେ ଚୟନ କରାଯାଇଛି। ଦୁଇ ଦିନ ଧରି ଚାଲିଥିବା ମହାରାଷ୍ଟ୍ର ବିଧାନସଭାର ବିଶେଷ ଅଧିବେଶନରେ ଉଦ୍ଧବ ଠାକରେ ଶିବସେନା ଏବଂ ବିଜେପି ମଧ୍ୟରେ ଥିବା ମେଣ୍ଟ ଭାଙ୍ଗିବା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ଉଦ୍ଧବ କହିଛନ୍ତି, ମୁଁ ଆପଣଙ୍କୁ ବିରୋଧୀ ଦଳ ନେତା ଭାବେ ନୁହେଁ ବରଂ ଜଣେ ଦାୟିତ୍ୱବାନ ନେତା ଭାବେ ଗ୍ରହଣ କରେ। ଆପଣ ଯଦି ଆମ ସହ ଉଚିତ କାର୍ଯ୍ୟ କରିଥାନ୍ତେ, ମେଣ୍ଟ ଭାଙ୍ଗି ନ ଥାନ୍ତା। ସେ କହିଛନ୍ତି, ସେ ଦେବେନ୍ଦ୍ରଙ୍କ ଠାରୁ ବହୁତ କିଛି ଶିଖିଛନ୍ତି ଓ ସେ ତାଙ୍କର ଜଣେ ଭଲ ବନ୍ଧୁ ହୋଇ ରହିବେ।

ଏହି ଅବସରରେ ଉଦ୍ଧବ ଠାକରେଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ସେ କେବେ କହି ନାହାନ୍ତି ଯେ ସେ ଫେରିବେ ନାହିଁ କିନ୍ତୁ ବିଧାନସଭାକୁ ଆସିଛି। ସେ କହିଛନ୍ତି ଯେ ସେ କୌଣସି କାର୍ଯ୍ୟ ରାତି ଅଧିଆ କରିବେ ନାହିଁ। ମୁଁ ଲୋକଙ୍କ ହିତ ପାଇଁ କାମ କରିବି। ଆଜି କୃଷକଙ୍କ ସମସ୍ୟା ସମ୍ପର୍କିତ ଆଲୋଚନାରେ ଅଂଶ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି, କେବଳ କୃଷକଙ୍କ ଋଣ ଛାଡ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ, କୃଷକଙ୍କ ସମସ୍ୟା କିଭଳି କାମ କରାଯାଇ ପାରିବ ସେ ନେଇ ସରକାର ପଦକ୍ଷେପ ଗ୍ରହଣ କରିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories