www.samajalive.in
Friday, December 12, 2025
23.1 C
Bhubaneswar

ବିଶ୍ୱ ଏଡ଼୍‍ସ ଦିବସ: ହ୍ରାସ ପାଉଛି ସଂକ୍ରମିତଙ୍କ ସଂଖ୍ୟା କିନ୍ତୁ ସ୍ଥିତି ଏବେବି ଚିନ୍ତାଜନକ

ନୂଆଦିଲ୍ଲୀ: ପ୍ରତ୍ୟେକ ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼୍‍ସ ଦିବସ ଭାବେ ପାଳନ କରାଯାଏ। ଏଚଆଇଭି ସଂକ୍ରମଣ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୩୧ ବର୍ଷ ପୂର୍ବେ ଅର୍ଥାତ୍‍ ୧୯୮୮ ମସିହାରେ ଏହାର ଶୁଭାରମ୍ଭ ହୋଇଥିଲା। ୯୦ ଦଶକର ଶେଷ ଭାଗରେ ଏହି ରୋଗ ଚରମ ସୀମାରେ ପହଞ୍ଚିଥିଲା। ଫଳରେ ସାରା ଦୁନିଆ ଏହା ବିରୋଧରେ ଲଢିବା ପାଇଁ ବାଧ୍ୟ ହୋଇଥିଲା। ଧିରେ ଧିରେ ସମୟ ବଦଳିବା ସଙ୍ଗେ ସଙ୍ଗେ ଏହି ସଂକ୍ରମଣ ଓ ଏହା ଦ୍ୱାରା ହେଉଥିବା ମୃତ୍ୟୁର ହାର କମିବାକୁ ଲାଗିଲା। ୨ ବର୍ଷ ତଳର ରିପୋର୍ଟ ଅନୁସାରେ, ଭାରତରେ ଏଚଆଇ ସଂକ୍ରମିତଙ୍କ ସଂଖ୍ୟା ୪୬ ପ୍ରତିଶତ ହ୍ରାସ ପାଇଛି। ମାତ୍ର ବର୍ତ୍ତମାନ ପରିସ୍ଥିତି ଉପରେ ନଜର ପକାଇଲେ, ଏହାର ନିରାକରଣ ପାଇଁ ଆହୁରି ଆଗକୁ ଯିବାର ଅଛି ଏବଂ ଆହୁରି ସଚେତନତା ସୃଷ୍ଟି କରାଇବାର ଅଛି। ତେବେ ବିଶ୍ୱ ଏଡ଼୍‍ସ ଦିବସ ଅବସରରେ ଆସନ୍ତୁ ଜାଣିବା ଏହା ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ କଥା –

ଆଜି ମଧ୍ୟ ଏହି ରୋଗ ଅନେକ ଲୋକଙ୍କ ଜୀବନ ନେଉଛି। ପ୍ରତ୍ୟେକ ସପ୍ତାହ ୧୫-୨୪ ବର୍ଷୀୟ ପ୍ରାୟ ୬ ହଜାର ମହିଳା ଏଚଆଇଭି ସଂକ୍ରମଣର ଶିକାର ହେଉଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ, ସର୍ବପ୍ରଥମେ କିନ୍‍ଶାସା ସହରରେ ଏଡ଼୍‍ସର ଉପିତ୍ତି ହୋଇଥିଲା। ଯାହା ବର୍ତ୍ତମାନ ଡେମୋକ୍ରାଟିକ୍‍ ରିପବ୍ଲିକ୍‍ ଅଫ୍‍ କଙ୍ଗୋର ରାଜଧାନୀ। ଏଡ଼୍‍ସକୁ ନେଇ ସବୁଠାରୁ ଦୁଃଖଦ ଖବର ହେଉଛି, ଏହି ରୋଗ ବ୍ୟାପିବାର ପ୍ରାୟ ୩୦ ବର୍ଷ ପରେ ଏହାକୁ ଚିହ୍ନଟ କରାଯାଇଥିଲା। ୟୁନିସେଫର ରିପୋର୍ଟ ଅନୁସାରେ, ଗତ ବର୍ଷ ଏ ସଂକ୍ରାନ୍ତୀୟ ୧୭ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଥିଲା। ୨୦୧୮ରେ ଏଡ୍‍ସ ଯୋଗୁଁ ୭ ଲକ୍ଷ ୭୦ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏଡ଼୍‍ସ ସଂକ୍ରମଣ ଭିତ୍ତିରେ ସାରା ବିଶ୍ୱରେ ଭାରତ ତୃତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ବିଶ୍ୱ ଏଡ଼୍‍ସ ଦିବସର ଥିମ୍‍ ରହିଛି ‘କମ୍ୟୁନିଟିଜ୍‍ ମେକ୍‍ ଦି ଡିଫରେନ୍ସ’।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories