www.samajalive.in
Saturday, December 13, 2025
27.1 C
Bhubaneswar

ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି, ସାବଧାନ ଉଲ୍ଲଂଘନକାରୀ ଗଣିବାକୁ ପଡ଼ିବ ଭାରୀ ଅଙ୍କର ଜରିମାନା

ଭୁବନେଶ୍ୱର : ରବିବାର ଅର୍ଥାତ ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। । ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଯାଞ୍ଚ ସମୟରେ ୧୦ଟି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଉଲ୍ଲଂଘନକାରୀଙ୍କୁ ଜରିମାନା ଗଣିବାକୁ ପଡ଼ିବ। ଜରିମାନା ନଦେଲେ ଆରଟିଓ କାର୍ଯ୍ୟାଳୟ ଖାତାରେ ନାଁ ଚଢିବ । ଏହା ସହ ଜରିମାନା ଟଙ୍କାର ସୁଧମୂଳ କରି ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଠାରୁ ଆଦାୟ ହେବ ବୋଲି ପୁଲିସ କମିଶନର ଡ଼କ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। କେବଳ ଡ଼୍ରାଇଭିଂ ଲାଇସେନ୍ସ, ଫିଟନେସ୍‍ , ପଲ୍ୟୁସନ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ କ୍ଷେତ୍ରରେ ଟ୍ରାଫିକ ନିୟକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ମଦ୍ୟପାନ କରି ଗାଡ଼ି ଚଳାଇଲେ ୧ ହଜାର ଟଙ୍କା ଫାଇନ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫ ହଜାର, ଟ୍ରାଫିକର ବିପରୀତ ଦିଗରେ ଗାଡ଼ି ଚଲାଇଲେ ୫ ହଜାର, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡ଼ି ଚାଳନା ପାଇଁ ୫ ହଜାର, ଦୁଇ ଚକିଆରେ ୩ ଜଣ ଗଲେ ୫ ହଜାର, ଅତ୍ୟଧିକ ଭାର ପରିବହନ ପାଇଁ ୨ ହଜାର, ରେଡ଼ ଲାଇଟ ଅବମାନନା କଲେ ୫ ହଜାର, ହେଲମେଟ ନପିନ୍ଧିଲେ ୧ ହଜାର, ସିଟ୍‍ ବେଲ୍ଟ ନପିନ୍ଧିଲେ ୧ ହଜାର ଜରିମାନା ଭରିବାକୁ ପଡ଼ିବ। ଏହାସହ ରାଜଧାନୀ ଭୁବନେଶ୍ୱରର ରୁପାଲି ଛକରେ ଅତ୍ୟାଧୁନିକ ଅଟୋମେଟିକ ନମ୍ବର ପ୍ଲେଟ ରିଡ଼ର ମେସିନ ଲାଗିଛି। ଏହି ମେସିନରେ ଗାଡ଼ିର ନମ୍ବର ସ୍କାନ ହୋଇ ସିଧାସଳଖ ଡ଼ାକ ଯୋଗେ ଘଠକୁ ଚାଲାଣ ପଠାଯିବ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories