www.samajalive.in
Sunday, December 14, 2025
26.1 C
Bhubaneswar

ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣା : ପୀଡିତା ପ୍ରଥମେ ପୁଲିସକୁ ଫୋନ କରିବାର ଥିଲା- ତେଲେଙ୍ଗାନା ଗୃହମନ୍ତ୍ରୀ

ହାଇଦରାବାଦ : ହାଇଦରାବାଦ ମହିଳା ପଶୁ ଡାକ୍ତର ହତ୍ୟା ଘଟଣାକୁ ନେଇ ଶୁକ୍ରବାର ତେଲେଙ୍ଗାନା ଗୃହମନ୍ତ୍ରୀ ମେହମ୍ମୁଦ ଅଲୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଁ ଏହି ଘଟଣାକୁ ନେଇ ଦୁଃଖିତ। ପୁଲିସ୍‌ ଆଲର୍ଟ ଅଛି ଏବଂ ଅପରାଧ ନିୟନ୍ତ୍ରଣ କରୁଛି।” ମାତ୍ର ଏନେଇ ମୋର କହିବା କଥା ଯେ, ମୃତ ମହିଳା ପଶୁ ଡାକ୍ତର ଜଣଙ୍କ ପ୍ରଥମେ ତାଙ୍କ ଭଉଣୀଙ୍କୁ ଫୋନ କରିବା ବରିବର୍ତ୍ତେ ପୁଲିସକୁ ଫୋନ କରିବାର ଥିଲା। ସେ ଯଦି ୧୦୦ନମ୍ବରକୁ କଲ କରିଥାନ୍ତେ ହୁଏତ ଆଜି ବଞ୍ଚି ଯାଇଥାନ୍ତେ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ହାଇଦରାବାଦର ଶାଦନଗର ଅଣ୍ଡରପାସ ନିକଟରୁ ଜଣେ ୨୬ ବର୍ଷିୟ ମହିଳା ପଶୁ ଡ଼ାକ୍ତରଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ପଶୁ ଡ଼ାକ୍ତରଙ୍କୁ ବଳାତ୍କାର ପରେ ନିଆଁରେ ପୋଡି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ହତ୍ୟା ପୂର୍ବରୁ ମୃତ ମହିଳା ଜଣଙ୍କ ତାଙ୍କ ଭଉଣୀଙ୍କୁ ଫୋନ କରିଥିଲେ। ଏହାପରେ ତାଙ୍କର ଫୋନ ବନ୍ଦ ହେଇଯାଇଥିଲା ଏବଂ ପରେ ପୁଲିସ ତାଙ୍କର ଜଳନ୍ତା ମୃତଦେହ ଉଦ୍ଧାର କରିଥିଲା। ଏନେଇ ପୁଲିସ ୪ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories