www.samajalive.in
Sunday, December 14, 2025
14.1 C
Bhubaneswar

ତଳକୋର୍ଟଙ୍କ ନିର୍ଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

୨୧ରେ ପରବର୍ତ୍ତୀ ଶୁଣାଣି

କଟକ : ନିମ୍ନ ଅଦାଲତଙ୍କ ନିର୍ଦେଶକ୍ରମେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦାୟର ମାମଲାରେ କେନ୍ଦ୍ରାପଡ଼ା ପୁଲିସ ଆଉ ତଦନ୍ତକୁ ଅଗ୍ରସର କରିପାରିବନାହି। ପୁଲିସ ପକ୍ଷରୁ ଦାୟର ମାମଲା ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ତେବେ ସାଂସଦଙ୍କ ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲା ଉପରେ ଏସଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ବିଚାରପତି ଡକ୍ଟର ବି.ଆର ଷଡ଼ଙ୍ଗୀଙ୍କ ଖଣ୍ଡପୀଠ ଶୁଣାଣି କରି ଏଭଳି ଅନ୍ତରୀଣ ରହିତାଦେଶ ଜାରି କରିବା ସହ ପୁଲିସ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ କୋର୍ଟ ଆଦେଶନାମାରେ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଜୁନ ୨୧ତାରିଖରେ କରାଯିବ।
ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ଦର୍ଶାଯାଇଥିଲା ଯେ ୧୫୪ଧାରା ଓ ଉପଧାରା ୧ ଅନୁସାରେ ପ୍ରଥମେ ପୁଲିସଠାରେ ଏତଲା ହୋଇଥିବ। ପୁଲିସ ପଦକ୍ଷେପ ନେଇ ନଥିଲେ ଧାରା ୧୫୪ ଓ ଉପଧାରା ୩ ଅନୁସାରେ ଏସପିଙ୍କ ଠାରେ ଅଭିଯୋଗ କରିବା କଥା। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥାଏ; ତେବେ ଅଭିଯୋଗକାରୀ କୋର୍ଟରେ ମାମଲା ଦାୟର କରିବା କଥା। ତେବେ ଏ ସମସ୍ତ ପ୍ରସଙ୍ଗ ସହ ଅଭିଯୋଗକାରୀ ସତ୍ୟପାଠ ସହ ଦାଖଲ କରିବାର ନିୟମ ରହିଛି। ଏଠାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଉପସ୍ଥାପିତ କରାଯାଇ ଏହା ଉଲଘଂନ କରୁଥିବାବେଳେ ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ ଆଇନସମ୍ମତ ନୁହେଁ ବୋଲି କୋର୍ଟଙ୍କ ସମ୍ମୁଖରେ ଯୁକ୍ତି ଉପସ୍ଥାପନା କରାଯାଇଥିଲା। ତେବେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଦେବୀ ପ୍ରସାଦ ଧଳ, ତରଣିକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ନିର୍ବାଚନରେ ସାଂସଦ ବୈଜୟନ୍ତ ପଣ୍ଡା ମିଥ୍ୟା ସତ୍ୟପାଠ ଦାଖଲ କରିବା ନେଇ ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡା ଅଞ୍ଚଳର ଜଣେ ଭୋଟର ଦିଲ୍ଲୀପ ଦାସ ଏହି ଅଭିଯୋଗ ନେଇ ଏସଡିଜେଏମ କୋର୍ଟରେ ଏକ କମ୍ଲେନ କେସ ଦାୟର କରିଥିଲେ। ଏହାପରେ ଆଉ ଏକ ମାମଲା ରୁଜୁ କରି ପୁଲିସକୁ ତଦନ୍ତ ଲାଗି ନିର୍ଦେଶ ଦେବାକୁ ପ୍ରାର୍ଥନା କରିଥିଲେ। ତଳକୋର୍ଟ ଏହାକୁ ଗ୍ରହଣ କରି ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ନିମ୍ନ ଅଦାଲତଙ୍କ ଏହି ନିର୍ଦେଶନାମା ସହ ପୁଲିସ ଦାୟର କରିଥିବା ମାମଲାକୁ ରଦ୍ଦ କରିବା ପାଇଁ ପ୍ରାର୍ଥନା କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories