www.samajalive.in
Wednesday, December 10, 2025
15.1 C
Bhubaneswar

ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ନର୍ସିଂହୋମ୍‌ରେ ଉତ୍ତେଜନା

ଭଦ୍ରକ: ଭଦ୍ରକ ସହରର ଏକ ଘରୋଇ ନର୍ସିଂହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ଅସ୍ତ୍ରୋପଚାର ସମୟରେ ଡାକ୍ତରଙ୍କ ଅବହେଳା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ସ୍ବର୍ଣ୍ଣଲତା ମହାପାତ୍ର ନାମ୍ନୀ ମହିଳା ଭଦ୍ରକର ଏକ ଘରୋଇ ନର୍ସିଂହୋମ୍‌ରେ ନିଜର ଅସ୍ତ୍ରୋପଚାର ପାଇଁ ଆସିଥିଲେ। ବୁଧବାର ରାତି ପ୍ରାୟ ସାଢ଼େ ୧୧ଟାରେ ଅସ୍ତ୍ରୋପଚାର ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ବର୍ଣ୍ଣଲତାଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ପାଟିତୁଣ୍ଡ କରିଥିଲେ। ତେବେ ଡାକ୍ତରଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଛି ବୋଲି ଆଜି ସକାଳେ ପରିବାର ଲୋକେ ଅଭିଯୋଗ ଆଣି ଭଦ୍ରକ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories