www.samajalive.in
Sunday, December 14, 2025
19.1 C
Bhubaneswar

ବିଧାନସଭାରେ ଉଠିଲା ଆରଟିଓରେ ଅସମ୍ଭାଳ ଭିଡ଼ ପ୍ରସଙ୍ଗ: ବାଚସ୍ପତିଙ୍କ ରୁଲିଂ, ଘୁଞ୍ଚିପାରେ ଡେଡ୍‌ଲାଇନ

ଭୁବନେଶ୍ଵର: ରାଜ୍ୟରେ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ)ଙ୍କ କାର୍ଯ୍ୟାଳୟରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଆସନ୍ତା ୧ ତାରିଖରୁ ନୂଆ ଟ୍ରାଫିକ ଆଇନ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବାକୁ ଥିବାରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ କାଗଜପତ୍ର ପାଇଁ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗିରହୁଛି। ଲୋକଙ୍କ ସମସ୍ୟାର ସମାଧାନ କରିବା ଲାଗି ଗୁରୁବାର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବା ପରେ ବାଚସ୍ପତି ଏହା ଉପରେ ରୁଲିଂ ଜାରି କରିଛନ୍ତି। ଏ ଦିଗରେ ପଦକ୍ଷେପ ନେବା ଲାଗି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବାଚସ୍ପତି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୧ ତାରିଖରୁ ରାଜ୍ୟରେ କଡ଼ାକଡ଼ି ଭାବେ ନୂଆ ଟ୍ରାଫିକ ଆଇନ ଲାଗୁ ହେବ। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ଫଳରେ ଜନସାଧାରଣଙ୍କୁ ଠିକ୍‌ ଭାବେ ସେବା ମିଳିପାରୁ ନାହିଁ। ଗୁରୁବାର ଶାସକ ଦଳର ସଦସ୍ୟ ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରଦୀପ ମହାରାଥୀ ଏହି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେମାନେ କହିଥିଲେ, ଆରଟିଓରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଲୋକେ ସୁବିଧା ପାଇପାରୁ ନାହାନ୍ତି। ଭୁବନେଶ୍ଵରକୁ ଛାଡ଼ି ଅନ୍ୟ ସମସ୍ତ ଆରଟିଓ ସନ୍ଧ୍ୟା ହେଲେ ବନ୍ଦ ହୋଇଯାଉଛି। ସରକାର ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ବୋଲି ଦେବୀ ପ୍ରସାଦ ମିଶ୍ର କହିଥିଲେ। ସେହିପରି ରାଜ୍ୟରେ ଏବେ ଜିଜିଆ କର ଲାଗିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମହାରାଥୀ କହିଥିଲେ।

- Advertisement -

ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଡେଡ୍‌ଲାଇନ ଘୁଞ୍ଚିପାରେ ବୋଲି ସଙ୍କେତ ମିଳୁଛି। ମନ୍ତ୍ରୀ କହିଛନ୍ତି, ରାଜ୍ୟର ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଅସମ୍ଭବ ଭିଡ଼ ନେଇ ଖବର ଅଛି। ଲୋକମାନେ କିପରି ଅସୁବିଧାରେ ପଡ଼ିବେନି ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଲୋକଙ୍କ ସୁବିଧା ପାଇଁ କ’ଣ କରାଯାଇପାରିବ, ଡିସେମ୍ବର ପହିଲାରୁ ଆଇନ କଡ଼ାକଡ଼ି ଲାଗୁ ହେବ କି ନାହିଁ ସେ ନେଇ ବିଚାରବିମର୍ଶ କରାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories