www.samajalive.in
Thursday, December 11, 2025
26.1 C
Bhubaneswar

ପେଟ ଜନିତ କେତେକ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବା ବହୁ ଲୋକଙ୍କ ଏକ ପ୍ରକାର ସଉକ। ନିଜ ପସନ୍ଦ ଅନୁଯାୟୀ ହେଉ ଅଥବା ପାଟିର ସ୍ୱାଦ ପାଇଁ ହେଉ କିଛି ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ମାତ୍ର ବହୁ ସମୟରେ ଏପରି ହୋଇଥାଏ ଯେ ଖାଦ୍ୟ ଖାଇବାର କିଛି ସମୟ ପରେ ପେଟରେ ଯନ୍ତ୍ରଣା ଆରମ୍ଭ ହେବା ସହ ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜଳାପୋଡ଼ା ହେବା ଭଳି ମଧ୍ୟ ଅନୁଭୂତ ହୋଇଥାଏ। ପ୍ରାୟତଃ ମସଲାଯୁକ୍ତ ଓ ବାହାରର ତେଲ ଛଣା ଖାଦ୍ୟ ଖାଇବା ପରେ ଏହି ସମସ୍ୟା ଅଧିକ ସୃଷ୍ଟି ହୋଇଥାଏ। ଏହା ଶରୀରର କ୍ଷତି କରିବା ସହ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ। ଏସିଡ଼ିଟି, ବଦହଜିମି, ଡ଼ାଇରିଆ ଆଦି ଏହି କାରଣରୁ ହିଁ ସୃଷ୍ଟି ହୋଇଥାଏ। ମାତ୍ର କିଛି ସହଜ ଘରୋଇ ଉପାୟରେ ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ….
ବିଟ ଜୁସ –
ବିଟ ଜୁସ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣାକୁ କମ କରିଥାଏ।
ପୁଦିନା ଜୁସ –
ପୁଦିନା ଜୁସରେ ଥିବା ପୋଷକ ତତ୍ତ୍ୱ ପେଟକୁ ଥଣ୍ଡା ରଖିଥାଏ। ତେଣୁ ନିୟମିତ ପୁଦିନା ଜୁସ ପିଇବା ଦ୍ୱାରା ପେଟ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହି ଜୁସ ପ୍ରସ୍ତୁତ ପାଇଁ ପ୍ରଥମେ ପୁଦିନାକୁ ପେଷି ଏହାର ରସରେ ସାମାନ୍ୟ ମହୁ ମିଶାଇ ପିଅନ୍ତୁ
ପୁଦିନା ଓ ଗାଜର ଜୁସ –
ଗାଜର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ। ଏହାର ଜୁସ ପେଟକୁ ଥଣ୍ଡା ରଖିଥାଏ। ଯେଉଁ ଦିନ ଆପଣ ଅଧିକ ମସଲା ଯୁକ୍ତ ଖାଦ୍ୟ ଓ ବାହାରର ଖାଦ୍ୟ ଖାଉଛନ୍ତି, ସେ ଦିନ ନିଶ୍ଚୟ ଗାଜର ଓ ପୁଦିନାକୁ ମିଶାଇ ଜୁସ ପ୍ରସ୍ତୁତ କରି ପିଅନ୍ତୁ। ଏପରି କରିବା ଦ୍ୱାରା ପେଟରେ ହେଉଥିବା ଜଳାପୋଡ଼ା, ଏସିଡ଼ିଟି ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ମିଳିପାରିବ।
ପାନମଧୁରୀ ପାଣି –
ପାନମଧୁରୀକୁ ରାତିରେ ପାଣିରେ ଭିଜାଇ ନିୟମିତ ପିଇବା ଦ୍ୱାରା ପେଟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ଏସିଡ଼ିଟି ସମସ୍ୟା ଦୂର ହୋଇଥାଏ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories