ଟିଟିଲାଗଡ଼ରେ ଗାଡ଼ିମୋଟର ପ୍ରଦୂଷଣ ଯାଞ୍ଚ ସହ ପ୍ରମାଣ ପତ୍ର ପାଇଁ ଲମ୍ବା ଲାଇନ
ଟିଟିଲାଗଡ଼ : ରାଜ୍ୟ ସରକାରଙ୍କ ପକ୍ଷରୁ ୩ ମାସ ପାଇଁ କୋହଳ କରାଯାଇଥିବା ଟ୍ରାଫିକ ନିୟମ ଆସନ୍ତା ଡ଼ିସେମ୍ବର ୧ରୁ କଡ଼ାକଡ଼ି ଭାବରେ ଲାଗୁ କରାଯିବ। ଗୁରୁବାର ଏନେଇ ପ୍ରଥମ ଥର ପାଇଁ ଟିଟିଲାଗଡ଼ ସହରରେ ଗାଡ଼ିମୋଟର ପ୍ରଦୂଷଣ ଯାଞ୍ଚ ସହ ପ୍ରମାଣ ପତ୍ର ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଭାରି ଜୋରିମାନା ଭୟରେ ବାଇକ ଆରୋହୀମାନେ ବଡ଼ି ଭୋରୁ ନିଜ ନିଜ ବାଇକ ଧରି ଯାଞ୍ଚ ପାଇଁ ଲମ୍ବା ଲାଇନରେ ପ୍ରତୀକ୍ଷା କରିଥିବା ଦେଖିବାକୁ ମିଳିଛି।
Comments are closed.