www.samajalive.in
Sunday, December 14, 2025
19.1 C
Bhubaneswar

ଝାଡ଼ାବାନ୍ତି ଆତଙ୍କ ! ଜଣେ ମୃତ ଦଶରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଦ୍ୱାରଶୁଣି: ମୟୁରଭଞ୍ଜରେ ଝାଡାବାନ୍ତିରେ ଆତଙ୍କ । ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ପଥୁରୀ ପଂଚାୟତର ସରଗଛିଡା ଗ୍ରାମର ସିଂ ସାହିରେ ଘଟିଛି ଏଭଳି ଘଟଣା । ଝାଡାବାନ୍ତିରେ ଜଣେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ୧୦ରୁ ଉର୍ଦ୍ଧ ଏବେ ମେଡିକାଲରେ ପଡ଼ିଛନ୍ତି । ଝାଡ଼ାବାନ୍ତି ଏବେ ସାରା ଗାଁରେ ଭୟର ବାତାବରଣ ସୃଷ୍ଟି କରିଛି । ତେବେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୫ ଜଣକୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବା ସହ ଔଷଧ ପ୍ରଦାନ କରାଯାଇଛି । ସରଗଛିଡା ଗ୍ରାମ ସିଂସାହିରେ ୪୪ ପରିବାର ରହୁଥିବା ବେଳେ ଲୋକସଂଖ୍ୟା ୧୪୫ ଜଣ । ତେବେ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ସାଙ୍ଗକୁ ବିଶୁଦ୍ଧ ପାନୀୟ ଜଳର ଅଭାବ ପାଇଁ ବିଭିନ୍ନ ସମୟରେ ଲୋକମାନେ ରୋଗାକ୍ରାନ୍ତ ହେଉଥିବାର ଅଭିଯୋଗ ହୋଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories