www.samajalive.in
Friday, December 12, 2025
23.1 C
Bhubaneswar

ଉଦ୍ଧବଙ୍କ ସରକାରରେ ଶିବସେନାର ୧୫ ଓ ଅନ୍ୟ ୨ ଦଳରୁ ରହିବେ ୧୩ ଲେଖାଏ ମନ୍ତ୍ରୀ, କଂଗ୍ରେସକୁ ବାଚସ୍ପତି ଆସନ !

ମୁମ୍ବଇ: ମହାରାଷ୍ଟ୍ରରେ ଶିବସେନା, ଏନସିପି-କଂଗ୍ରେସ ସରକାର ଗଢ଼ିବା ଏକପ୍ରକାର ନିଶ୍ଚିତ ହୋଇଛି। ଗୁରୁବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପୂର୍ବରୁ କେଉଁ ଦଳକୁ କେତେ ମନ୍ତ୍ରୀପଦ ମିଳିବ ଏବଂ କିଏ ମନ୍ତ୍ରୀ ହେବ ସେନେଇ ବୁଧବାର ରାତିରେ ତିନି ଦଳ ମଧ୍ୟରେ ଏକ ବୈଠକ ବସିଛି। ୱାଇ.ଭି. ଚୌହ୍ବାନ ସେଣ୍ଟରରେ ବୈଠକ ହୋଇଛି। ରାତି ପ୍ରାୟ ସାଢ଼େ ୮ଟାରେ ବୈଠକ ଶେଷ ହୋଇଥିଲେ ହେଁ ଏଥିରେ କ’ଣ ଆଲୋଚନା ହୋଇଛି ଏବଂ ମନ୍ତ୍ରୀ ପଦ ଭାଗବଣ୍ଟା ନେଇ କ’ଣ ଭାଗବଣ୍ଟା ଛିଣ୍ଡିଛି ସେ ନେଇ ତିନି ଦଳ ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ। ଗୁରୁବାର ଏ ନେଇ ସୂଚନା ଦିଆଯିବ ବୋଲି ଗଣମାଧ୍ୟମ ଆଗରେ କୁହାଯାଇଛି। ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୈଠକରେ ମନ୍ତ୍ରିମଣ୍ଡଳର ଭାଗବଣ୍ଟା ହୋଇଛି। ମେଣ୍ଟରେ ଶିବସେନା ସଦସ୍ୟଙ୍କ ସଂଖ୍ୟା ସର୍ବାଧିକ ୫୬ ଥିବାରୁ ଏହି ଦଳକୁ ମୁଖ୍ୟମନ୍ତ୍ରୀ ପଦବୀ ସହିତ ୧୫ ମନ୍ତ୍ରୀ ପଦ ମିଳିବ। ଅନ୍ୟପଟେ ୫୪ ଆସନରେ ବିଜୟୀ ହୋଇଥିବା ଏନସିପି ଏବଂ ୪୪ ଆସନରେ ବିଜୟୀ କଂଗ୍ରେସକୁ ୧୩ ଲେଖାଏ ମନ୍ତ୍ରୀ ପଦ ମିଳିବ। ସେହିପରି କଂଗ୍ରେସକୁ ବାଚସ୍ପତି ଆସନ ପ୍ରଦାନ କରାଯିବ। ବୈଠକରେ ଏ ନେଇ ମୋହର ମରାଯାଇଥିବା ସୂଚନା ମିଳିଛି।

ଗୁରୁବାର ଶିବାଜୀ ପାର୍କରେ ଶପଥ ଗ୍ରହଣ ସମାରୋହ ହେବ ବୋଲି ଜଣାପଡ଼ିଛି। ଏଠାରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହିତ କେତେଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି। ଶପଥ ଗ୍ରହଣ ସମାରୋହ ପାଇଁ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ଏହା ସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ଯାଦପ, ଏମ.କେ. ଷ୍ଟାଲିସ ଓ ୪୦୦ କୃଷକ ପରିବାରକୁ ସମାରୋହରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories