www.samajalive.in
Friday, December 12, 2025
15.1 C
Bhubaneswar

ମଧୁମେହ ଓ ମେଦବହୁଳତା ଭଳି ରୋଗ ପାଇଁ ରାମବାଣ କ୍ୟାପ୍ସିକମ୍

କ୍ୟାପ୍ସିକମକୁ ସାଧାରଣତଃ ଅନେକ ବ୍ୟଞ୍ଜନ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଏହା ଖାଦ୍ୟର ସ୍ବାଦକୁ ଦ୍ବିଗୁଣିତ କରିଥାଏ। କ୍ୟାପ୍ସିକମ କେବଳ ଖାଦ୍ୟକୁ ସ୍ବାଦିଷ୍ଟ କରେ ତାହା ନୁହେଁ ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ବଜାରରେ ଲାଲ, ସବୁଜ ଓ ହଳଦିଆ ରଙ୍ଗର କ୍ୟାପ୍ସିକମ ବିକ୍ରି ହୋଇଥାଏ। ଏଥିରେ ଭିଟାମିନ୍ ଏ, ସି ଏବଂ ଇ ଭରପୂର ମାତ୍ରାରେ ଥାଏ। ଆସନ୍ତୁ ଜାଣିବା କ୍ୟାପ୍ସିକମ୍ ଖାଇବା ଦ୍ବାରା ଆମକୁ କି ଲାଭ ମିଳିଥାଏ।
ମେଦବହୁଳତା ଓ ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ଏହି ଦୁଇ ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ କ୍ୟାପ୍ସିକମ୍ ଖୁବ୍ ଲାଭଦାୟକ ହୋଇଥାଏ। ଶରୀରରୁ ଚର୍ବି ହ୍ରାସ କରିବା ସହ କ୍ୟାପ୍ସିକମ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ମଧୁମେହ ରୋଗୀ ମଧ୍ୟ ଏହାକୁ ଖାଇବା ନିହାତି ଆବଶ୍ୟକ। ଏହାବ୍ୟତୀତ କ୍ୟାପ୍ସିକମ ମାନସିକ ଚାପ ଓ ହୃଦରୋଗକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଅଣ୍ଟା ଏବଂ ଆଣ୍ଠୁଗଣ୍ଠି ସମସ୍ୟା ଭୋଗୁଥିବା ଲୋକେ କ୍ୟାପ୍ସିକମ୍ ଖାଇଲେ ସୁଫଳ ମିଳିଥାଏ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories