www.samajalive.in
Friday, December 12, 2025
15.1 C
Bhubaneswar

ମୁଁ ଏନସିପିରେ ହିଁ ରହିବି, ମନ୍ତ୍ରିମଣ୍ଡଳରେ ସାମିଲ କରିବା କଥା ଉଦ୍ଧବ ଠାକରେ ବିଚାର କରିବେ: ଅଜିତ ପୱାର

ମୁମ୍ବଇ: ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ନିଜ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ସେ କହିଛନ୍ତି, ମୁଁ ଏନସିପିରେ ହିଁ ରହିବି। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ କି ନାହିଁ ସେ ବିଷୟରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିଚାର କରିବେ।

ଗତ ସପ୍ତାହରେ ମହାରାଷ୍ଟ୍ରରେ ସରକାର ଗଠନ ଲାଗି ବିଜେପିକୁ ନିଜର ସମର୍ଥନ ଦେଇଥିବା ଅଜିତ ବୁଧବାର ବିଧାନସଭା ପରିସରରେ କହିଥିଲେ ଯେ, ସେ ଏନସିପିରେ ରହିବା ବିଷୟରେ ଭ୍ରମ ସୃଷ୍ଟି କରିବାର କୌଣସି କାରଣ ନାହିଁ। ବର୍ତ୍ତମାନ ମୋ ପାଖରେ କହିବାକୁ କିଛି ନାହିଁ। ଉପଯୁକ୍ତ ସମୟ ଆସିଲେ କହିବି। ମୁଁ ପ୍ରଥମେ ବି କହିଥିଲି ଯେ ମୁଁ ଏନସିପିରେ ଅଛି ଏବଂ ରହିବି। ଏ ନେଇ ଭ୍ରମ ସୃଷ୍ଟି କରିବାର କୌଣସି କାରଣ ନାହିଁ। ମୋତେ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନିଷ୍ପତ୍ତି ଉଦ୍ଧବ ଠାକରେ ନେବେ। ମୁଁ କାହା ପ୍ରତି ଅସନ୍ତୁଷ୍ଠ ନାହିଁ। ମୋ ଦଳ ମୋତେ ଯେଉଁ ଦାୟିତ୍ଵ ଦେବ ମୁଁ ତାହାକୁ ସ୍ବୀକାର କରିବି। ଏହା ମଧ୍ୟରେ ଏନସିପି ବିଧାୟକ ରୋହିତ ପୱାର ବୁଧବାର କହିଛନ୍ତି ଯେ, ଅଜିତ ଫେରିଆସିବେ ବୋଲି ଆମର ପୂରା ବିଶ୍ଵାସ ଥିଲା। ଆମେ ଦାଦାଙ୍କୁ ବହୁତ ଭଲ ଭାବେ ଜାଣିଛୁ। ପୱାର ପରିବାର ଏକାଠି ଅଛି ଏବଂ ସବୁଦିନ ପାଇଁ ରହିବେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories