www.samajalive.in
Sunday, December 14, 2025
19.1 C
Bhubaneswar

ଏନ.କେ ମିଡ଼ିଆକୁ ଦକ୍ଷିଣ ଏସୀୟ କ୍ରୀଡ଼ା ସିଧା ପ୍ରସାରଣ ଅଧିକାର

ଭୁବନେଶ୍ବର: ନେପାଳର କାଠମାଣ୍ଡୁ ଓ ପୋଖରାରେ ଆସନ୍ତା ଡିସେମ୍ବର ୧ରୁ ୧୦ ପର୍ୟ୍ୟନ୍ତ ୧୩ତମ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାରତ, ପାକିସ୍ତାନ, ନେପାଳ, ଆଫଗାନିସ୍ତାନ, ଭୂଟାନ, ମାଳଦୀପ, ଶ୍ରୀଲଙ୍କା ଓ ବାଂଲାଦେଶ ଦଳ ଅଂଶଗ୍ରହଣ କରିବ। ପ୍ରତିଯୋଗିତା ୨୭ ବିଭାଗରେ ଖେଳାଯିବ। ମ୍ୟାଚର ସିଧା ପ୍ରସାରଣ ଓଡ଼ିଶାର ଏନ୍.କେ ମିଡ଼ିଆ ଭେନ୍ଶ୍ଚରର୍ସ ପ୍ରାଇଭେଟ୍ ଲିମିଟେଡ ନକ୍ଷେତ୍ର ନ୍ୟୁଜରେ ପ୍ରସାରିତ ହେବ। ଏଥିନେଇ ଏନ୍.କେ ମିଡ଼ିଆ ଭେନ୍ଶ୍ଚରର୍ସ ପ୍ରାଇଭେଟ୍ ଲିମିଟେଡ୍ ପ୍ରସାରଣ ଅଧିକାର ହାସଲ କରିଛି।

କ୍ରୀଡ଼ାର ସିଧାପ୍ରସାରଣ ନକ୍ଷେତ୍ର ନ୍ୟୁଜ୍ ଚ୍ୟାନେଲରେ ପ୍ରସାରଣ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନ୍.କେ ମିଡ଼ିଆ ଭେନ୍ଶ୍ଚରର୍ସ ପ୍ରାଇଭେଟ୍ ଲିମିଟେଡ୍ର ଜେନରାଲ ମ୍ୟାନେଜର ଡ. ସଦାଶିବ ଦାସ ସୂଚନା ଦେଇଛନ୍ତି। ଏହାଛଡ଼ା ଡବ୍ଲୁଡବ୍ଲୁଡବ୍ଲୁ ନକ୍ଷେତ୍ର ନ୍ୟୁଜ୍ ଡଟ୍ କମ୍ ୱେବସାଇଟରେ ମଧ୍ୟ ଲାଇଭ୍ କରାଯିବ ବୋଲି ଏନ୍.କେ ମିଡ଼ିଆ ମାର୍କେଟିଙ୍ଗ ଜେନରାଲ ମ୍ୟାନେଜର ପ୍ରଦୀପ ରାଉତ ସୂଚନା ଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories