www.samajalive.in
Friday, December 12, 2025
23.1 C
Bhubaneswar

ଟାଟୁ କରିବାକୁ ଇଚ୍ଛୁକ କି? ତେବେ ପଢି ରଖନ୍ତୁ କିଛି ଗୁରୁତ୍ଵପୂର୍ଣ୍ଣ କଥା

ଆଜିକାଲି ଟାଟୁ ଏକ ଫ୍ୟାଶନ୍‌ ପାଲଟି ଯାଇଛି। ଅଧିକାଂଶ ଲୋକ ଶରୀରରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି। ହେଲେ ଏହି ଟାଟୁ ପାଇଁ ବେଳେବେଳେ ବଡ଼ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଟାଟୁ କରିବା ପୂର୍ବରୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯାହାଦ୍ବାରା ପରେ ଆମକୁ ପଶ୍ଚାତାପ କରିବାକୁ ନପଡ଼େ। ତେବେ ଆସନ୍ତୁ ଜାଣିବା ଟାଟୁ କରିବା ପୂର୍ବରୁ କିମ୍ବା କରିବା ସମୟରେ କେଉଁ ଦିଗ ପ୍ରତି ସଚେତନ ହେବା ଆବଶ୍ୟକ –

-ଟାଟୁ କରିବା ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ହେବା ଅନିବାର୍ୟ୍ୟ। ୧୮ ବର୍ଷରୁ କମ୍ ବୟସ୍କ ପିଲାଙ୍କୁ ଶରୀରରେ ଟାଟୁ କରିବା ପାଇଁ ଅଭିଭାବକଙ୍କ ଅନୁମତି ଆବଶ୍ୟକ ପଡ଼ିଥାଏ।
-ଟାଟୁ କରିବା ପୂର୍ବରୁ ପ୍ରଥମେ କେଉଁ ସ୍ଥାନରେ ଟାଟୁ କରିବେ ତାହା ସ୍ଥିର କରନ୍ତୁ।
-ଟାଟୁ କରିବା ସମୟରେ ଯଦି ଆପଣ କିଛି ନାଁ ଲେଖିବାକୁ ଚାହୁଁଛନ୍ତି ତେବେ ସେହି ସମୟରେ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ କାରଣ ଅନେକ ଥର ବନାନରେ ତ୍ରୁଟି ରହିଯାଇଥାଏ।
-ଟାଟୁ କରିବା ପୂର୍ବରୁ ପ୍ରଥମେ ସେହି ପାର୍ଲରର ରିଭ୍ୟୁ ଚେକ୍ କରନ୍ତୁ ଅର୍ଥାତ୍ ପାର୍ଲର ଉପରେ ଲୋକଙ୍କ ମତାମତ କ’ଣ ରହିଛି ଦେଖନ୍ତୁ।
-ଧ୍ୟାନ ରଖନ୍ତୁ ଟାଟୁ ଆର୍ଟିଷ୍ଟ ଯେପରି ଆପଣଙ୍କ ସାମ୍ନାରେ ଛୁଞ୍ଚି ପ୍ୟାକେଟ ଖୋଲିବେ ଏବଂ ଇଙ୍କ୍‌ କପ୍‌ ନୂଆ ହୋଇଥିବ। ଏଥି ସହିତ ଟାଟୁ କରିବା ସମୟରେ ଆର୍ଟିଷ୍ଟି ଗ୍ଲୋବ୍ସ ପିନ୍ଧିବା ଉଚିତ। ବ୍ୟବହୃତ ଛୁଞ୍ଚିକୁ ପୂନର୍ବାର ବ୍ୟବହାର କରିବା ଅନୁଚିତ କାରଣ ଏଭଳି କରିବା ଦ୍ୱାରା ଏଚଆଇଭି ଭଳି ଗମ୍ଭୀର ରୋଗ ହୋଇପାରେ।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories