www.samajalive.in
Wednesday, December 10, 2025
26.1 C
Bhubaneswar

ହାତକୁ ଗୋରା ଓ ସୁନ୍ଦର କରିବା ପାଇଁ କିଛି ସହଜ ଟିପ୍ସ

ସଭିଏଁ ତ୍ୱଚାକୁ ସୁନ୍ଦର କରିବା ପାଇଁ ଯେପରି ବିଭିନ୍ନ କ୍ରମିର ବ୍ୟବହାର ଓ ଅନ୍ୟାନ୍ୟ ଦ୍ରବ୍ୟ ବ୍ୟବହାର କରନ୍ତି, ସେଭଳି ହାତର ସୁନ୍ଦରତା ପାଇଁ ମଧ୍ୟ କିଛି ସହଜ ଉପାୟ ରହିଛି। ବହୁ ଲୋକଙ୍କ ତ୍ୱଚା ତୁଳନାରେ ହାତ ଗୋଡ଼ର ରଙ୍ଗ କମ ବା ଅଳ୍ପ କଳା ଥାଏ। ଖରା ଓ ପ୍ରଦୂଷଣର ପ୍ରଭାବରେ ହାତର ରଙ୍ଗ କମ୍ ହେଲେ ଏହା ଆପଣଙ୍କ ସୁନ୍ଦରତା ଉପରେ ବହୁ ପ୍ରଭାବ ପକାଇଥାଏ। ବଜାରରେ ବହୁ ପ୍ରକାରର କେମିକାଲ ଯୁକ୍ତ କ୍ରିମ ମିଳିଥାଏ, ଯାହାକୁ ଲଗାଇବା ଦ୍ୱାରା ଏହା ଆମ ଚର୍ମ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ। ମାତ୍ର କିଛି ଘରୋଇ ସହଜ ଉପାୟ ରହିଛି, ଯାହାକୁ ଆପଣେଇବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା। ଜାଣନ୍ତୁ ସେହି ଉପାୟ ବିଷୟରେ ….
୧ ଚାମଚ ଚିନିରେ ଲେମ୍ବୁ ରସ ମିଶାଇ ଏହାକୁ ହାତରେ ଲଗାନ୍ତୁ। ଲଗାଇବା ସମୟରେ ହାତକୁ ଭଲ ଭାବେ ଘଷନ୍ତୁ। ଏହାକୁ ଲଗାଇବା ପରେ ୧୫ମିନିଟ ରଖି ଧୋଇ ଦିଅନ୍ତୁ। ଏହା ହାତକୁ ଗୋରା କରିବା ସହ ସମସ୍ତ ପ୍ରକାରର ଦୂଷିତ ପଦାର୍ଥ ବାହାର କରି ଦେଇଥାଏ।
୨ଚାମଚ ବେସନରେ ଏକ ଚାମଚ ଦହି କିଛି ହଳଦୀ ମିଶାଇ,ଏହାକୁ ହାତରେ ଲଗାଇ ୩୦ ମିନିଟ ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ହାତକୁ ଧୋଇ ଦିଅନ୍ତୁ। ଏହାକୁ ନିୟମିତ ଲଗାଇବା ଦ୍ୱାରା ହାତ କୋମଳ ଓ ଗୋରା ହୋଇଥାଏ।
୨ ଚାମଚ ଲହୁଣୀରେ ୧ ଚାମଚ ବାଦାମ ତେଲକୁ ଭଲ ଭାବେ ମିଶାଇ ଏହାକୁ ୨୦ ମିନିଟ ପର୍ଯ୍ୟନ୍ତ ହାତରେ ଲଗାଇ ରଖନ୍ତୁ। ୨୦ ମିନିଟ ପରେ ହାତକୁ ଧୋଇ ଦିଅନ୍ତୁ। ଏଥିରେ ଭିଟାମିନ ଥିବାରୁ ଏହା ହାତକୁ ନରମ, ସୁନ୍ଦର ଓ ଶୁଷ୍କତାକୁ ଦୂର କରିଥାଏ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories