ଗୋଲାପି ବଲ ଟେଷ୍ଟ : ୩୪୭ରନରେ ଭାରତର ପାଳି ଘୋଷଣା, ବାଂଲାଦେଶ ୫-୨
କୋଲକାତା : କୋଲକାତାର ଇଡେନ୍ ଗାର୍ଡେନରେ ବାଂଲାଦେଶ ଓ ଭାରତ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ୩୪୭ରନ କରି ପାଳି ଘୋଷଣା କରିଛି। ଏହାର ଯବାବରେ ବାଂଲାଦେଶ ମାତ୍ର ୫ରନ କରି ଦୁଇଟି ୱିକେଟ ହରାଇଛି।
ଶୁକ୍ରବାର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଭାରତ ବ୍ୟାଟିଂ କରି ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଥିଲା । ଆଜି ଭାରତ ପ୍ରଥମ ଦିନର ଅସମାପ୍ତ ଇନିଂସ ୧୭୪/୩ ରୁ ଖେଳ ଆରମ୍ଭ କରିଥିଲା । ତେବେ ଅଧିନାୟକ କୋହଲି ୧୩୬ ରନ କରି ଆଉଟ ହୋଇଥିଲେ। ଭାରତ ୯ୱିକେଟ ହରାଇ ୩୪୭ରନ କରି ତାର ପ୍ରଥମ ପାଳି ଘୋଷଣା କରିଥିଲା।
Comments are closed.