www.samajalive.in
Saturday, December 13, 2025
21.1 C
Bhubaneswar

୩୫୫ଟି ସହରର ବାୟୁ ପ୍ରଦୂଷିତ ; ମୁକାବିଲା ପାଇଁ ପ୍ରତ୍ୟେକ ସହର ଲାଗି ଭିନ୍ନ ଭିନ୍ନ ଯୋଜନା

ନୂଆଦିଲ୍ଲୀ : ଦେଶର ୩୫୫ଟି ସହରର ବାୟୁ ପ୍ରଦୂଷଣର ପ୍ରଭାବ ଦେଖିବାକୁ ମିଳିଛି । ଏହାକୁ ଅନୁଧ୍ୟାନ କରାଯାଉଛି । ତେବେ    ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପ୍ରତ୍ୟେକ ସହର ଲାଗି ଭିନ୍ନ ଭିନ୍ନ ଯୋଜନା ପ୍ରସ୍ତୁତ କରିବା ଉପରେ  କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାବଡେକର  ଗୁରୁତ୍ୱାରୋପ କରିଛନ୍ତି।
ଶୁକ୍ରବାର ଲୋକସଭାରେ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ସେ କହିଛନ୍ତି, କୋଇଲା ଭିତ୍ତିକ ବିଦ୍ୟୁତ୍‍ କାରଖାନାଗୁଡ଼ିକ ଉପରେ ନିୟନ୍ତ୍ରଣ ଲାଗୁ କରାଯାଇଛି, ଯାହାଫଳରେ ବାୟୁ ପ୍ରଦୂଷଣ ରୋକାଯାଇ ପାରିବ। ମନ୍ତ୍ରୀ କହିଛନ୍ତି, ୩୫୫ଟି ସହରର ବାୟୁ ପ୍ରଦୂଷଣକୁ ତଦାରଖ କରାଯାଉଛି। ସରକାର ପ୍ରତ୍ୟେକ ସହର ପାଇଁ ଭିନ୍ନ ଭିନ୍ନ
ଯୋଜନାମାନ ପ୍ରସ୍ତୁତ କରିଛନ୍ତି। ବିଏସ୍‍-ଫୋର୍‍ ଇନ୍ଧନ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକର ଚଳାଚଳ ପରେ ଯାନବାହନ ଜନିତ ପ୍ରଦୂଷଣ ଶତକଡ଼ା ୮୦ଭାଗ ହ୍ରାସ ପାଇଛି। ବୃକ୍ଷ ରୋପଣ ବାୟୁ ପ୍ରଦୂଷଣକୁ ରୋକିବାରେ ସାହାଯ୍ୟ କରିବ ବୋଲି ଦର୍ଶାଇ ମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଲୋକ ଅତି କମରେ ୭ଟି ଗଛ ଲଗାଇବା ଉଚିତ୍‍। ସେ କହିଛନ୍ତି, ପ୍ରଦୂଷଣକୁ ରୋକିବା ପାଇଁ ଯେକୌଣସି ଜ୍ଞାନକୌଶଳକୁ କାର୍ଯ୍ୟକାରି କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଭାରତ ଚୀନ୍‍ ତୁଳନାରେ କମ୍‍ ସମୟ ଭିତରେ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ସଫଳ ହେବ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories