www.samajalive.in
Sunday, December 7, 2025
26.1 C
Bhubaneswar

ଦେଶୀ ମଦ ପ୍ରସ୍ତୁତ ଆଡ୍ଡାରେ ଚଢାଉ, ୨ ଗିରଫ

ଗୋପାଳପୁର: ଗୋଳନ୍ଥରା ଅବକାରୀ ଚାର୍ଜ ଏରିଆ ଅନ୍ତର୍ଗତ ଇନ୍ଦ୍ରାଣୀ ଓ ହନ୍ତୁଳୁ ଅଞ୍ଚଳରେ ଶନିବାର ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ରନ୍ଧା ମଦ ଜବତ ହୋଇଛି। ଏହା ସହ ଦେଶୀ ରନ୍ଧା ମଦ ପ୍ରସ୍ତୁତରେ ବ୍ୟବହୃତ ହୋଉଥିବା ସରଞ୍ଜାମ ପୁଲିସ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ଗୋଳନ୍ଥରା ଅବକାରୀ ଚାର୍ଜ ଏରିଆରେ ବେଆଇନ ଭାବେ କେତେକ ବ୍ୟକ୍ତି ଇନ୍ଦ୍ରାକ୍ଷୀ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଦେଶୀ ରନ୍ଧା ମଦ ପ୍ରସ୍ତୁତ କରି ବିକ୍ରୀ କରି ଆସୁଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଆଜି ଅବକାରୀ ବିଭାଗ ପକ୍ଷରୁ ମାଜିଷ୍ଟ୍ରେଟ ତଥା କନିଷି ତହସିଲଦାର ଅନୀତା ସାହୁଙ୍କ ଉପସ୍ଥିତିରେ ଇନ୍ଦ୍ରାକ୍ଷୀ ଓ ହନ୍ତୁଳୁର ୩ଟି ସ୍ଥାନରେ ଚଢାଉ କରି ୬୦ଲିଟର ରନ୍ଧା ଦେଶୀ ମଦ, ୫୯ ଟି ୧୦୦ ମିଲି ର ଦେଶୀ ମହୁଲି ମଦ ପାଉଚ୍ ଏବଂ ୨୦ ବୋତଲ ବିଦେଶୀ ମଦ ବୋତଲ ଜବତ କରାଯାଇଛି। ଏହି ଘଟଣାରେ ଇନ୍ଦ୍ରାକ୍ଷୀର ଗଙ୍ଗା ସାହୁ ଏବଂ ହନ୍ତୁଳୁର ଗଙ୍ଗା ସାହୁକୁ ଗିରଫ କରାଯାଇଛି। ଏହି ଚଢାଉ ରେ ଚିକିଟି, ସଦର, ଗୋଳନ୍ଥରା ର ଅବକାରୀ କର୍ମଚାରୀମାନେ ସାମିଲ ରହିଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories