ମୁମ୍ବଇ: ମହାରାଷ୍ଟ୍ରରେ ଏନସିପିର ନିଷ୍ପତ୍ତି ଶନିବାର ସକାଳୁ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏନସିପି ସମର୍ଥନରେ ବିଜେପି ରାଜ୍ୟରେ ସରକାର ଗଠନ କରିଛି। ବିଜେପି ନେତା ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏନସିପି ଏଭଳି ନିଷ୍ପତ୍ତି ନେଇନି ବୋଲି ଏହାର ମୁଖ୍ୟ ଶରଦ ପୱାର ସ୍ପଷ୍ଟ କରିଛନ୍ତି। ଏସବୁ ଘଟଣା ପରେ ଶରଦ ପୱାର ଟ୍ବିଟ୍ କରି ଏ ନେଇ ସ୍ପଷ୍ଟ କରିଛନ୍ତି। ଯେଉଁ ନିଷ୍ପତ୍ତି ହୋଇଛି ତାହା ଅଜିତ ପୱାରଙ୍କ ନିଷ୍ପତ୍ତି। ଏହା ତାଙ୍କ ନିଜସ୍ବ ନିଷ୍ପତ୍ତି, ଦଳର ନିଷ୍ପତ୍ତି ନୁହେଁ ବୋଲି ଶରଦ ପୱାର କହିଛନ୍ତି। ତେବେ ଶରଦଙ୍କ ଏଭଳି ମନ୍ତବ୍ୟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଶରଦ ପୱାର ଏବଂ ଅଜିତ ପୱାର ଦୁହେଁ ଦାଦା-ପୁତୁରା ହୋଇଥିବାବେଳେ ତାଙ୍କ ସମର୍ଥନ ବିନା ଅଜିତ ଏଭଳି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।
Popular Categories



