www.samajalive.in
Sunday, December 14, 2025
26.1 C
Bhubaneswar

ଆମ ସହ ଆଖି ମିଶାଇପାରୁ ନ ଥିଲେ ଅଜିତ, ଶେଷରେ ବିଶ୍ଵାସଘାତ କଲେ: ଶିବସେନା

ମୁମ୍ବଇ: ମହାରାଷ୍ଟ୍ର ରାଜନୀତିର ଚିତ୍ର ବଦଳିଯିବା ପଛରେ ଏନସିପି ନେତା ଅଜିତ ପୱାରଙ୍କ ହାତ ରହିଛି। ଅଜିତ ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନରେ ବଡ଼ ଭୂମିକା ନେଇଛନ୍ତି। ଏହା ପରେ ତାଙ୍କୁ ବିଜେପି ଉପମୁଖ୍ୟମନ୍ତ୍ରୀ କରାଇଛି। ଶନିବାର ସକାଳେ ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଅଜିତଙ୍କ ଏପରି ପଦକ୍ଷେପ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଶିବସେନା ଏବଂ କଂଗ୍ରେସକୁ ବଡ଼ ଝଟ୍‌କା ଦେଇଥିବାବେଳେ ଅଜିତ ବିଶ୍ଵାସଘାତ କରିଛନ୍ତି ବୋଲି ଶିବସେନା କହିଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଶୁକ୍ରବାର ରାତିରେ ଶିବସେନା, କଂଗ୍ରେସ ଏବଂ ଏନସିପିର ମିଳିତ ବୈଠକ ହୋଇଥିଲା। ଏଥିରେ ଅଜିତ ପୱାର ଉପସ୍ଥିତ ଥିଲେ। ତାଙ୍କ ମନରେ ପାପ ଲୁଚିରହିଥିଲା। ସେ ଆମ ସହିତ ଆଖି ମିଶାଇପାରୁ ନ ଥିଲେ। ଶେଷରେ ସେ ଆମ ସହିତ ବିଶ୍ଵାସଘାତକତା କରିଛନ୍ତି। ଶରଦ ପୱାରଙ୍କୁ ବି​‌ ସେ ଧୋକା ଦେଇଛନ୍ତି। ମହାରାଷ୍ଟ୍ରକୁ ଅଜିତ ବଦନାମ କରିଛନ୍ତି, ଜନତା ଏହାର ଠିକ୍‌ ଜବାବ ଦେବେ। ମହାରାଷ୍ଟ୍ରରେ ରାତି ଅନ୍ଧାରରେ ଷଡ଼ଯନ୍ତ୍ର ହୋଇଛି। ରାଜଭବନରେ କ୍ଷମତାର ଦୁରୁପୋଯୋଗ ହୋଇଛି। ରାଜ୍ୟପାଳ ବି ଏହି ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି ବୋଲି ସଞ୍ଜୟ ରାଉତ କହିଛନ୍ତି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories