www.samajalive.in
Sunday, December 14, 2025
14.1 C
Bhubaneswar

ଅଜିତଙ୍କ ନିଷ୍ପତ୍ତିକୁ ସମର୍ଥନ କରୁନାହୁଁ: ଶରଦ ପୱାର

ମୁମ୍ବଇ: ମହାରାଷ୍ଟ୍ରରେ ଏନସିପିର ନିଷ୍ପତ୍ତି ଶନିବାର ସକାଳୁ ରାଜନୈତିକ ହଟଚମଟ ସୃଷ୍ଟି କରିଛି। ଏନସିପି ସମର୍ଥନରେ ବିଜେପି ରାଜ୍ୟରେ ସରକାର ଗଠନ କରିଛି। ବିଜେପି ନେତା ଦେବେନ୍ଦ୍ର ଫଡନଭୀସ ମୁଖ୍ୟମନ୍ତ୍ରୀ ଏବଂ ଏନସିପି ନେତା ଅଜିତ ପୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତେବେ ଏନସିପି ଏଭଳି ନିଷ୍ପତ୍ତି ନେଇନି ବୋଲି ଏହାର ମୁଖ୍ୟ ଶରଦ ପୱାର ସ୍ପଷ୍ଟ କରିଛନ୍ତି। ଏସବୁ ଘଟଣା ପରେ ଶରଦ ପୱାର ଟ୍ବିଟ୍‌ କରି ଏ ନେଇ ସ୍ପଷ୍ଟ କରିଛନ୍ତି। ଯେଉଁ ନିଷ୍ପତ୍ତି ହୋଇଛି ତାହା ଅଜିତ ପୱାରଙ୍କ ନିଷ୍ପତ୍ତି। ଏହା ତାଙ୍କ ନିଜସ୍ବ ନିଷ୍ପତ୍ତି, ଦଳର ନିଷ୍ପତ୍ତି ନୁହେଁ ବୋଲି ଶରଦ ପୱାର କହିଛନ୍ତି। ତେବେ ଶରଦଙ୍କ ଏଭଳି ମନ୍ତବ୍ୟକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଶରଦ ପୱାର ଏବଂ ଅଜିତ ପୱାର ଦୁହେଁ ଦାଦା-ପୁତୁରା ହୋଇଥିବାବେଳେ ତାଙ୍କ ସମର୍ଥନ ବିନା ଅଜିତ ଏଭଳି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories