www.samajalive.in
Saturday, December 13, 2025
27.1 C
Bhubaneswar

ଗୋଲାପି ଟେଷ୍ଟର ପ୍ରଥମ ଦିନ : ବାଂଲାଦେଶ ପ୍ରଥମ ଇନିଂସରେ ୧୦୬, ଭାରତ ୧୭୪/୩

କଲକାତା : ଗୋଲାପି ବଲରେ ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ର ପ୍ରଥମ ଦିନର ଖେଳ ଶେଷ ହୋଇଛି । କୋଲ୍‍କାତାର ଇଡେନ୍‍ ଗାର୍ଡେନରେ ବାଂଲାଦେଶ ଓ ଭାରତ ମଧ୍ୟରେ ଚାଲିଥିବା ଏହି ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୧୭୪ ରନ ସଂଗ୍ରହ କରିଛି । ପୂଜାରା ଓ କୋହଲୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ଏହି ରନ ସଂଗ୍ରହ କରିଛି। କୋହଲୀ ୫୯ ରନ କରି ଅପରାଜିତ ଥିବା​​‌ବେଳେ ରାହାଣେ ୨୩ ରନ୍ କରି ଅପରାଜିତ ଅଛନ୍ତି।

- Advertisement -

ପୂର୍ବରୁ ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ବାଂଲାଦେଶ ପ୍ରଥମ ଇନିଂସରେ ୧୦୬ ରନ୍ କରି ଅଲ ଆଉଟ ହୋଇଯାଇଥିଲା । ଇଶାନ୍ତ ଶର୍ମା ଗୋଲାପି ବଲରେ ପ୍ରଥମ ୱିକେଟ୍‍ ନେଇଥିବା ବେଳେ ମୋଟ ୫ଟି ୱିକେଟ ନେଇ ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ବାଂଲାଦେଶର କୌଣସି ବ୍ୟାଟସମ୍ୟାନ ଅଧିକ ରନ କରିବାକୁ ସକ୍ଷମ ହୋଇ ନ ଥିଲେ। କେବଳ ସଦମାନ ଇସଲାମ ସର୍ବାଧିକ ୨୯ ରନ କରିଥିବା ବେଳେ​‌ ଲିଟନ ଦାସ ୨୪ ଓ ନୟିମ୍ ୧୯ ରନ କରିଥିଲେ।

ଉଭୟ ଦେଶ ମଧ୍ୟରେ ଚଳିତ ସିରିଜ୍‍ର ଏହି ଟେଷ୍ଟ ମ୍ୟାଚ୍‍ଟି ହେଉଛି ଏକ ଐତିହାସିକ ଦିବାରାତ୍ର ମ୍ୟାଚ୍‍। ଏଥିରେ ଲାଲ୍‍  ବଲ୍‍ ପରିବର୍ତ୍ତେ ଫ୍ଲଡ୍‍ ଲାଇଟରେ ସ୍ପଷ୍ଟଭାବେ ଦେଖା ଯାଉଥିବା ଗୋଲାପି ବଲ୍‍ର ବ୍ୟବହାର କରାଯାଉଛି। ଉଭୟ ଭାରତ ଓ ବାଂଲାଦେଶର ଖେଳାଳିମାନେ ଇଣ୍ଡୋର୍‍ ଷ୍ଟାଡିୟମରେ ରାତିରେ ଆଲୋକ ବ୍ୟବହାର କରି ଗୋଲାପି ବଲରେ ଖେଳିବା ଅଭ୍ୟାସ କରିଥିଲେ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‍ ହାସିନା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ ଏବଂ ଭାରତୀୟ କ୍ରୀଡ଼ାଜଗତର ବିଶିଷ୍ଟ ବ୍ୟକ୍ତିମାନେ ଆଜି ଏହି ମ୍ୟାଚ୍‍ର ଉଦ୍‍ଘାଟନ ଉତ୍ସବରେ ଉପସ୍ଥିତ ଥିଲେ। ଟେଷ୍ଟ ମ୍ୟାଚ୍‍ ଖେଳୁଥିବା ୧୨ଟି ରାଷ୍ଟ୍ର ମଧ୍ୟରୁ ୮ଟି ଦେଶ ପୂର୍ବରୁ ଗୋଲାପୀ ବଲରେ ଖେଳି ସାରିଛନ୍ତି। ଟେଷ୍ଟ ମ୍ୟାଚ୍‍ ଖେଳୁଥିବା ଏକ ପ୍ରମୁଖ ଦେଶ ଭାରତ ଏପର୍ଯ୍ୟନ୍ତ କୌଣସି ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳି ନ ଥିଲା। ସେହିପରି ବାଂଲାଦେଶ ମଧ୍ୟ ଆଜି ଗୋଲାପି ବଲରେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‍ ଖେଳୁଛି।

ଚଳିତ ସିରିଜର ଏହା ୨ୟ ଟେଷ୍ଟ ମ୍ୟାଚ, ହୋଇଥିବା ବେଳେ ଭାରତ ପ୍ରଥମ ଟେଷ୍ଟ ଜିତି ୧-୦ରେ ଆଗୁଆ ରହିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories