www.samajalive.in
Friday, December 5, 2025
17.1 C
Bhubaneswar

ହ୍ବାଟ୍ସଆପ୍‌ ସେଟିଂ ବଦଳାଇବାକୁ ଯବାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କଲା ସେନା

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଯବାନମାନଙ୍କ ଲାଗି ହ୍ବାଟ୍ସଆପ୍‌କୁ ନେଇ ଆଡ୍‌ଭାଇଜରି ଜାରି କରାଯାଇଛି। ଯବାନମାନେ ସେମାନଙ୍କ ହ୍ବାଟ୍ସଆପ୍‌ ସେଟିଂ ବଦଳାଇବାକୁ ଏଥିରେ କୁହାଯାଇଛି।

ଆଡ୍‌ଭାଇଜରିରେ କୁହାଯାଇଛି ଯେ, ସମସ୍ତ ଯବାନ ହ୍ବାଟ୍ସଆପ୍‌ ଆକାଉଣ୍ଟ ସେଟିଂ ତୁରନ୍ତ ବଦଳାଇ ଦିଅନ୍ତୁ। ଫଳରେ ସେମାନଙ୍କୁ କୌଣସି ପାକିସ୍ତାନୀ ଗୁଇନ୍ଦା କୌଣସି ଗ୍ରୁପରେ ଯୋଡ଼ିପାରିବେ ନାହିଁ। ନିକଟରେ ଭାରତୀୟ  ସେନାର ଜଣେ ଯବାନଙ୍କ ହ୍ବାଟ୍ସଆପ୍‌ ନମ୍ବର ପାକିସ୍ତାନ ସହିତ ଜଡ଼ିତ ଏକ ହ୍ବାଟ୍ସଆପ୍‌ ଗ୍ରୁପରେ ଯୋଡ଼ି ହୋଇଯାଇଥିଲା। ବ୍ୟବହାରକାରୀଙ୍କ ଅନୁମତି ନିଆ ନ ଯାଇ ଉକ୍ତ ନମ୍ବରକୁ ଗ୍ରୁପରେ ସାମିଲ କରାଯାଇଥିଲା। ଏହା ପରେ ସେନା ଆଡ୍‌ଭାଇଜରି ଜାରି କରିବାକୁ ନିଷ୍ପତ୍ତି ନେଇଥିଲା।

- Advertisement -

ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଚାହିଁବେ ଯେ କୌଣସି ଗ୍ରୁପ୍‌ର ଆଡ୍‌ମିନ ତାଙ୍କ ବିନା ଅନୁମତିରେ ତାଙ୍କୁ କୌଣସି ଗ୍ରୁପରେ ଯୋଡ଼ିପାରିବେ ନାହିଁ, ତେବେ ବ୍ୟବହାରକାରୀଙ୍କୁ ହ୍ବାଟ୍ସଆପ୍‌ ଆକାଉଣ୍ଟର କିଛି ସେଟିଂ ବଦଳାଇବାକୁ ପଡ଼ିବ। ଆପ୍ଲିକେଶନକୁ ପ୍ରଥମେ ଅପ୍‌ଡେଟ କରିବାକୁ ହେବ। ପରେ ବ୍ୟବହାରକାରୀ ଆପ୍ଲିକେଶନ ଓପନ କରି ଆକାଉଣ୍ଟ-ପ୍ରାଇଭେସି-ଗ୍ରୁପ୍ସ(Account > Privacy > Groups) ସେଟିଂକୁ ଯାଇ ଗ୍ରୁପ ଉପରେ କ୍ଲିକ କରିବେ। ଏହା ପରେ ବ୍ୟବହାରକାରୀଙ୍କ ପାଇଁ କିଛି ବିକଳ୍ପ ରହିଥିବ। ଯେପରି କି ‘ନୋ ବଡି’, ‘ମାଇଁ କଣ୍ଟାକ୍ସସ’ ଏବଂ ‘ଏଭ୍ରିୱାନ’ (Nobody, My Contacts  ଏବଂ Everyone) ବିଳଳ୍ପ ଥିବ। ସେହି ସ୍ଥାନରେ ବ୍ୟବହାରକାରୀଙ୍କୁ ‘ନୋ ବଡି(nobody)’ ବିକଳ୍ପ ଚୟନ କରିବାକୁ ପଡ଼ିବ। ଏହା ପରେ ବ୍ୟବହାରକାରୀଙ୍କ ବିନା ଅନୁମତିରେ କୌଣସି ଗ୍ରୁପ୍‌ର ଆଡ୍‌ମିନ ତାଙ୍କୁ ଗ୍ରୁପରେ ସାମିଲ କରିପାରିବେ ନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories