କଣ୍ଟାବାଞ୍ଜି: କୋଇଲା ବୋଝେଇ ଚଳନ୍ତା ଟ୍ରେନରେ ଶୁକ୍ରବାର ଦୁଇ ଥର ନିଆଁ ଲାଗିଛି। ପ୍ରଥମେ ରହେନ୍ଭଟା ରେଲ୍ୱେ ଷ୍ଟେସନ୍ରେ ଟ୍ରେନ୍ର ୨ଟି ୱାଗନ୍ରେ ନିଆଁ ଲାଗିଥିଲା। ରେଳ ବିଭାଗ କର୍ତ୍ତୃପକ୍ଷ ନିଆଁ ଲିଭାଇବା ପରେ ମାଲ୍ବାହୀ ଟ୍ରେନ୍ଟି ଷ୍ଟେସନ୍ ଛାଡିଥିଲା। ଟ୍ରେନ୍ ଟି ବିଶାଖାପାଟଣାରୁ ରାୟପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। କିଛି ବାଟ ଯିବା ପରେ ପୁଣି ଟ୍ରେନ୍ରେ ନିଆଁ ଲାଗିଥିଲା। ଏନେଇ ମୁରିବାହାଲ ଷ୍ଟେସନ୍ ମାଷ୍ଟର, କଣ୍ଟାବାଞ୍ଜି ଷ୍ଟେସନ୍ ମାଷ୍ଟରଙ୍କୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଦମକଳବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।
Popular Categories



