www.samajalive.in
Monday, December 8, 2025
13.1 C
Bhubaneswar

ପରଦାରେ ‘ପାଗଲ୍‍ପନ୍‍ତି’: କାହାଣୀକୁ ନେଇ ନିରାଶ ଦର୍ଶକ

ମୁମ୍ବଇ : ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପାଗଲ୍‍ପନ୍‍ତି’ ଶୁକ୍ରବାର(୨୨ ନଭେମ୍ବର) ମୁକ୍ତିଲାଭ କରିଛି। ଏହି ହାସ୍ୟ ରସାତ୍ମକ ଚଳଚ୍ଚିତ୍ରରେ ବହୁତ ସାରା କୌତୁହଳ ଓ ପାଗଳପଣ ଦେଖିବାକୁ ମିଳିଛି। ମାତ୍ର ଦର୍ଶକଙ୍କୁ ଚଳଚ୍ଚିତ୍ର ଏତେଟା ପସନ୍ଦ ଆସିନାହିଁ। ‘ପାଗଲ୍‍ପନ୍‍ତି’କୁ ନେଇ ପ୍ରଶଂସକମାନେ ଖୁବ୍‍ ଉତ୍ସାହିତ ଥିଲେ, ହେଲେ ମୁକ୍ତିଲାଭ ହେବା ପରେ ଅଧିକାଂଶ ଲୋକେ ଚଳଚ୍ଚିତ୍ରକୁ ନେଇ ନକରାତ୍ମକ ମତାମତ ଦେଇଛନ୍ତି। ଦର୍ଶକ ଚଳଚ୍ଚିତ୍ରର କମେଡ଼ିକୁ ପସନ୍ଦ କରିଛନ୍ତି ସତ କିନ୍ତୁ ଏହାର କାହାଣୀକୁ ନେଇ ନରାଶ ହେବା ସହ ନିନ୍ଦା କରିଛନ୍ତି। ଏପରିକି କାହାଣୀକୁ ନେଇ ନିରାଶ ହୋଇଥିବା କିଛି ପ୍ରଶଂସକ ଅଧାରୁ ପ୍ରେକ୍ଷାଳୟ ଛାଡ଼ି ପଳାଇ ଆସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କିଛି ଦର୍ଶକ ଚଳଚ୍ଚିତ୍ରକୁ ନେଇ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଚଳଚ୍ଚିତ୍ରର କଳାକାର ଖାସ୍‍ କରି ଜନ୍‍ ଆବ୍ରାହମ୍‍ଙ୍କର ପ୍ରଶଂସା କରାଯାଉଛି। ଚଳଚ୍ଚିତ୍ରରେ ଜନ୍‍ଙ୍କ ସହ ଅନୀଲ କପୁର, ଅରଶଦ ୱାରସୀ, ପୁଲକିତ ସମ୍ରାଟ, ସୌରଭ ଶୁକ୍ଳା, ଉର୍ବଶୀ ରାଉତେଲା, ଇଲିଆନା ଡିକ୍ରୁଜ୍‍ ଓ କୃତି ଖରବନ୍ଦା ପ୍ରମୁଖ ଅଭିନୟ କରିଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories