ସ୍କୁଲ ସମ୍ମୁଖରେ ଛାତ୍ରୀଙ୍କ ମୃତଦେହ ରଖି ଅଭିଭାବକଙ୍କ ଧାରଣା

କେନ୍ଦୁଝର : ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ରଖି ଅଭିଭାବକ ସ୍କୁଲ ସମ୍ମୁଖରେ ଧାରଣା ଦେଉଛନ୍ତି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ପଣ୍ଡାପଡ଼ା ମସିଣାଯୋଡ଼ିରେ ଅଞ୍ଚଳରେ ଥିବା ଏକ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି। ଛାତ୍ରୀ ଜଣଙ୍କ ଅସୁସ୍ଥ ହେବା ପରେ ପରିବାରକୁ ବିଦ୍ୟାଳୟ ପକ୍ଷରୁ ଜଣାଇନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ଛାତ୍ରୀଙ୍କ ପରିବାର ଲୋକେ ଧାରଣା ଦେଉଥିବା ସୂଚନା ମିଳିଛି।

Comments are closed.