www.samajalive.in
Sunday, December 14, 2025
26.1 C
Bhubaneswar

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ଭାରତୀୟ ଦଳ ଘୋଷଣା ଆଜି

କଲକାତା : ଡିସେମ୍ବରରେ ୱେଷ୍ଟଇଣ୍ଡିଜ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସି ଘରୋଇ ଦଳ ସହ ୩ଟି ଟ୍ବେଣ୍ଟି୨୦ ଓ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍‌ ଖେଳିବ। ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ ନିମନ୍ତେ ଭାରତୀୟ ଦଳର ଘୋଷଣା ଗୁରୁବାର ହେବ। ଜାତୀୟ ସିନିୟର ମନୋନୟନ କମିଟି ସଦସ୍ୟ ଏକତ୍ରିତ ହୋଇ ଭାରତୀୟ ଦଳ ଘୋଷଣା କରିବେ। ମନୋନୟନ କମିଟି ଅଧ୍ୟକ୍ଷ ଏମ୍‌ଏସକେ ପ୍ରସାଦ ଓ ଅନ୍ୟତମ ମନୋନୟନକାରୀ ଗଗନ ଖୋଡ଼ାଙ୍କ ନିମନ୍ତେ ଏହା ଶେଷ ବୈଠକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଭାତର ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ ଡିସେମ୍ବର ୬ରେ ମୁମ୍ବଇ, ଦ୍ବିତୀୟ ମ୍ୟାଚ୍‌ ୮ରେ ତିରୁଅନନ୍ତପୁରମ୍‌ ଓ ତୃତୀୟ ମ୍ୟାଚ୍‌ ୧୧ରେ ହାଇଦରାବାଦ୍‌ରେ ଖେଳାଯିବ। ସେହିପରି ପ୍ରଥମ ଦିନିକିଆ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନଇ, ଦ୍ବିତୀୟ ମ୍ୟାଚ୍ ୧୮ରେ ବିଶାଖାପାଟଣା ଓ ତୃତୀୟ ମ୍ୟାଚ୍ ୨୨ରେ କଟକରେ ଖେଳାଯିବ। ଗୁରୁବାର ମନୋନୟନ କମିଟି ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓପନର୍‌ ରୋହିତ ଶର୍ମାଙ୍କ ଉପରେ ପଡୁଥିବା କାର୍ଯ୍ୟଚାପ ସଂପର୍କରେ ଆଲୋଚନା ନିଶ୍ଚିତ ହେବ। ଚଳିତବର୍ଷ ରୋହିତ ୨୫ଟି ଦିନିକିଆ ଓ ୧୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତକୁ ପ୍ରତିନିଧିତ୍ବ କରି ସାରିଛନ୍ତି। ଅନ୍ୟପକ୍ଷରେ ରୋହିତଙ୍କଠାରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୩ଟି ଦିନିକିଅା ଓ ୪ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ କମ୍‌ ଖେଳିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରୋହିତଙ୍କୁ ଦିନିକିଆ କିମ୍ବା ଟ୍ବେଣ୍ଟି୨୦ ସିରିଜ୍‌ ନିମନ୍ତେ ବିଶ୍ରାମ ଦିଆଯିବ ବୋଲି ଆଲୋଚନା ହେଉଛି। ଆସନ୍ତା ବର୍ଷ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ୫ଟି ଟ୍ବେଣ୍ଟି୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ରୋହିତଙ୍କୁ ବିଶ୍ରାମ ମିଳିବା ନିହାତି ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ନିମନ୍ତେ ବରିଷ୍ଠ ଓପନର୍‌ ଶିଖର ଧାୱନ୍‌ଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁଛି କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବାଂଲାଦେଶ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଧାୱନ୍‌ ଯଥାକ୍ରମେ ୪୧, ୩୧ ଓ ୧୯ ରନ୍‌ ସ୍କୋର କରିଥିଲେ। ଫର୍ମରୁ ଫେରିବାକୁ ଧାୱନ୍‌ ଘରୋଇ ସୟଦ ମୁସ୍ତାକ୍‌ ଅଲ୍ଲି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ। ତେବେ ଏଥି​‌େ​‌ର ସେ ବିଶେଷ ସଫଳତା ପାଇନଥିବା ବେଳେ ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳରେ ସାମିଲ କରାଯାଉଛି କି ନାହିଁ ତାହା ଦେଖିବାକୁ ବାକି ରହିଛି। ରୋହିତ ଶର୍ମାଙ୍କୁ ଗୋଟିଏ ଫର୍ମାଟ୍‌ ନିମନ୍ତେ ବିଶ୍ରାମ ଦିଆଯିବା ନିଶ୍ଚିତ ଥିବା ବେଳେ କେଏଲ୍‌ ରାହୁଲଙ୍କୁ ଓପନର୍‌ ଭାବେ ସୁଯୋଗ ମିଳିବ। ଦଳର ୱିକେଟରକ୍ଷକ ଭାବେ କାହାକୁ ସାମିଲ କରାଯିବ ସେ ନେଇ ମଧ୍ୟ ଜୋର୍‌ଦାର ଚର୍ଚ୍ଚା ହେବାର ଆଶା ରହିଛି। ଋଷଭ ପନ୍ତ୍‌ ପ୍ରଥମ ପସନ୍ଦ ୱିକେଟ୍‌ରକ୍ଷକ ହୋଇଥିଲେ ମଧ୍ୟ ସେ ଆଶାନୁରୂପକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବାରୁ ସଞ୍ଜୁ ସାମସନ୍‌ଙ୍କୁ ଦଳରେ ସାମିଲ କରାଯିବାକୁ କେତେକ ମହଲରେ ମତପ୍ରକାଶ ପାଇଛି। ସେହିପରି ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ଦୀର୍ଘଦିନର ବ୍ୟବଧାନ ପରେ ଅଭ୍ୟାସ ଆରମ୍ଭ କରି ଦେଇଛନ୍ତି। ତେବେ ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଭାରତୀୟ ଦଳକୁ ପ୍ରତିନିଧିତ୍ବ କରିବା ନେଇ କିଛି ନିଶ୍ଚିତତା ନାହିଁ।
ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମରା, ଭୁବନେଶ୍ବର କୁମାର ଓ ନବଦୀପ ସୈନି ଆଘାତଜନିତ ସମସ୍ୟାରୁ ସଂପୂର୍ଣ୍ଣ ଭାବେ ମୁକୁଳି ପାରିନଥିବାରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଶିବମ୍‌ ଦୁବେ ଓ ସାର୍ଦ୍ଦୁଳ ଠାକୁର ଭାରତୀୟ ଦଳରେ ସ୍ଥାନ ବଜାୟ ରଖିବା ଏକପ୍ରକାର ନିଶ୍ଚିତ। ଅନ୍ୟପକ୍ଷରେ ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଓ କ୍ରୁନାଲ୍‌ ପାଣ୍ଡ୍ୟା ବାଂଲାଦେଶ ବିପକ୍ଷରେ ଆଶାନୁରୂପ ପ୍ରଦର୍ଶନ କରିପାରିନଥିବାରୁ ସେମାନଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ଦଳରେ ସ୍ଥାନ ମିଳୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି। ଟ୍ବେଣ୍ଟି୨୦ ଦଳରେ ଦୀପକ ଚହର୍‌ ଓ ଖଲିଲ୍‌ ଅହମ୍ମଦ ସ୍ଥାନ ପାଇବା ସମ୍ଭାବନା ଅଧିକ ରହିଛି। ତେବେ ଖଲିଲ୍‌ ଯେପରି ଭାବେ ରନ୍‌ ବ୍ୟୟ କରୁଛନ୍ତି ତାହାକୁ ନେଇ ମନୋନୟନକାରୀ ଚିନ୍ତିତ ଥିବା କୁହାଯାଉଛି। ସ୍ପିନର ଭାବେ ୟୁଜବେନ୍ଦ୍ର ଚହଲ୍‌ ଓ କୁଲଦୀପ ଯାଦବ ଦଳ​‌େ​‌ର ସ୍ଥାନ ପାଇବେ ବୋଲି ଆଲୋଚନା ହେଉଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories