www.samajalive.in
Saturday, December 13, 2025
26.1 C
Bhubaneswar

ସଂସଦରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ନିତେଶ ଗଙ୍ଗଦେବ

ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ ପଶ୍ଚିମ ଓଡ଼ିଶା ଚାଷୀ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି। କୃଷିବୀମା ଓ ଚାଷ ସମସ୍ୟା ବିଷୟରେ ସମ୍ବଲପୁର ସାଂସଦ ଶ୍ରୀ ଗଙ୍ଗଦେବ ଉତ୍ଥାପନ କରି କହିଥିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ବହୁ ଅଞ୍ଚଳରେ ଖରିଫ ଫସଲ ନଷ୍ଟ ହୋଇଯାଇଛି। ନିୟମାନୁଯାୟୀ କ୍ଷତିଗ୍ରସ୍ତ ଚାଷୀ ବୀମା ରାଶି ପାଇବେ। ଫସଲ କ୍ଷୟକ୍ଷତି ବାବଦରେ ବୀମା ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ନିକଟକୁ ନପଠାଇ ଓଡ଼ିଶାର ବିଜେଡି ସରକାର ମାସରୁ ଊର୍ଦ୍ଧ୍ବ ସମୟ ଧରି ଚାପି ରଖିଥିଲେ। ଓଡ଼ିଶା ସରକାରଙ୍କ ଏଭଳି ଖାମଖିଆଲି ମନୋଭାବ ପ୍ରତି ଲୋକସଭାରେ ସାଂସଦ ଶ୍ରୀ ଗଙ୍ଗଦେବ ନିନ୍ଦା କରିଥିଲେ। ମାତ୍ର କିଛି ଦିନ ପୂର୍ବରୁ ଓଡ଼ିଶା ସରକାର କେନ୍ଦ୍ରକୁ ରିପୋର୍ଟ ପଠାଇଛନ୍ତି ବୋଲି ସମ୍ବଲପୁର ସାଂସଦ ଜଣାଇଥିଲେ। ଫସଲ କ୍ଷୟକ୍ଷତି ବାବଦରେ ସମ୍ବଲପୁର ଲୋକସଭା କ୍ଷେତ୍ରର ଚାଷୀଙ୍କୁ ତୁରନ୍ତ ବୀମା ରାଶି ପ୍ରଦାନ କରିବା ସହ ସ୍ୱାମୀନାଥନ କମିଟି ରିପୋର୍ଟ ଆଧାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିଦ୍ଧାରଣ କରିବାକୁ ଲୋକସଭାରେ ସାଂସଦ ଶ୍ରୀ ଗଙ୍ଗଦେବ ଦାବୀ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories