୨୦ଲିଟର ମହୁଲି ମଦ ଜବତ, ୪ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅବକାରୀ ବିଭାଗ ପକ୍ଷରୁ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଅବକାରୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡିଙ୍କ ନେତୃତ୍ବରେ ମଙ୍ଗଳବାର ଚଢାଉ ସମୟରେ ୪ ଜଣ ଚୋରା ମଦ ବିକ୍ରେତା ଅବକାରୀ ବିଭାଗ ହାତରେ ମଦ ସହ ଧରାପଡି ଗିରଫ ହୋଇଛନ୍ତି। ଖିରେଇଟାଙ୍ଗିରୀର ଲିଟୁ ମଣ୍ଡଳଙ୍କ ଠାରୁ ୩ ଲିଟର ୭୮୦ମି:ଲି ହାତ ତିଆରି ବିଦେଶୀ ମଦ ବୋତଲ, କଣ୍ଟିଆପଡାର ଶରତ ବେହେରାଙ୍କ ଠାରୁ ୫୫ ଲିଟର ମହୁଲି ମଦ, ରାଜନଗରଳ ସୁନିଲ ମୁଣ୍ଡାଙ୍କ ଠାରୁ ୨୦ଲିଟର ମହୁଲି ମଦ ଏବଂ ବାଉଁଶୁଳୀ ପଞ୍ଚାୟତ ଭଅଁରପୁର ଗ୍ରାମର ଗୋପାଳ ମହାନ୍ତଙ୍କ ଠାରୁ ୩୦ ଲିଟର ମହୁଲି ମଦ ସହ ମୋଟ ୨୦୫ ଲିଟର ମହୁଲି ମଦ ଓ ୩ ଲିଟର ୭୮୦ ମିଲିଲିଟର ବିଦେଶୀ ମଦ ଅବକାରୀ ବିଭାଗ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Comments are closed.