www.samajalive.in
Sunday, December 14, 2025
26.1 C
Bhubaneswar

ଟାଇମ୍‌ ଆଗାମୀ-୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତି

ଭୁବନେଶ୍ବର : ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ କ୍ରୀଡ଼ା କ୍ଷେତ୍ରରେ ଯେତିକି ସଫଳତା ହାସଲ କରୁଛନ୍ତି; ତା’ଠାରୁ ଅଧିକ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛନ୍ତି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଆମେରିକାର ଟାଇମ୍‌ ପତ୍ରିକାର ବିଶ୍ବର ଆଗାମୀ-୧୦୦ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦୂତି ସ୍ଥାନ ପାଇଛନ୍ତି। ଦୂତିଙ୍କ ସଂଘର୍ଷମୟ କାହାଣୀ ଓ ସଫଳତାକୁ ନେଇ ଟାଇମ୍‌ ପ୍ରଭାବିତ ହେବା ସହ ତାଙ୍କୁ ୧୦୦ ଉଦୀୟମାନ ପ୍ରତିଭାଙ୍କ ତାଲିକାରେ ସ୍ଥାନ ଦେଇଛି। ଟାଇମ୍‌ ପତ୍ରିକା ପକ୍ଷରୁ ବିଶ୍ବର ଟାଇମ୍‌ ଆଗାମୀ-୧୦୦ ସର୍ବଶ୍ରେଷ୍ଠ ପ୍ରଭାବଶାଳୀ ବ୍ୟକ୍ତିଙ୍କର ତାଲିକା ପ୍ରକାଶ ପାଇଛି।
ବିଶ୍ବର ଯେଉଁ ବ୍ୟକ୍ତିତ୍ବ ଆଗାମୀ ପିଢି ପାଇଁ ପ୍ରେରଣା ସାଜିବାକୁ ଯାଉଛନ୍ତି; ଏହି ତାଲିକାରେ ସେମାନଙ୍କୁ ସାମିଲ କରାଯାଇଛି। ଏହି ତାଲିକାରେ କ୍ରୀଡ଼ାବିତ୍‌, ବ୍ୟବସାୟୀ, ମନୋରଞ୍ଜନ, ସ୍ବାସ୍ଥ୍ୟ, ରାଜନୀତି, ବିଜ୍ଞାନ ସମେତ ଅନ୍ୟାନ୍ୟ ବିଭାଗର ସର୍ବଶ୍ରେଷ୍ଠ ଉଦୀୟମାନ ପ୍ରତିଭାଙ୍କୁ ସ୍ଥାନ ଦିଆଯାଇଛି। ଯେଉଁଥିରେ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି। ଟାଇମ୍‌ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଏଡ୍‌ୱାର୍ଡ ଫେଲସେନ୍‌ଥାଲଙ୍କ ଅନୁସାରେ; ୧୫ ବର୍ଷ ହେବ ପୂର୍ବରୁ ବିଶ୍ବର ଶ୍ରେଷ୍ଠ ଉଦୀୟମାନ ପ୍ରତିଭାଙ୍କ ତାଲିକା ପ୍ରକାଶ ପାଉଛି। ଯେଉଁମାନେ ପରବର୍ତ୍ତୀ ପିଢି ପାଇଁ ବିଶ୍ବର ନଜରରେ ରହିବା ସହିତ ପ୍ରେରଣା ଯୋଗାଇବେ। ଦୂତି ଚାନ୍ଦ କ୍ରୀଡ଼ା ଜୀବନରେ ସଂଘର୍ଷ କରି ଏତେ ବାଟ ଆସି ପାରିଛନ୍ତି। ଦୂତିଙ୍କ ଲଢୁଆ ମନୋଭାବକୁ ଆମେ ସ୍ବୀକୃତି ଦେଇଛୁ। ଏଭଳି ଲଢେଇ ଅନ୍ୟ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଟାଇମ୍‌ ପକ୍ଷରୁ କୁହାଯାଇଛି।
ଦୂତି ଚାନ୍ଦ ୨୦୧୬ରେ ରିଓ ଅଲିମ୍ପିକ୍‌ରେ ପ୍ରତିନିଧିତ୍ବ କରିଥିବା ବେଳେ ୨୦୧୭ରେ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ଏସୀୟ ​ଦୌଡ଼କୁଦ ପ୍ରତିଯୋଗିତାର ୧୦୦ମିଟର ଦୌଡ଼ରେ ବ୍ରୋଞ୍ଜ, ୨୦୧୮ ଇଣ୍ଡୋନେସିଆର ଜାକର୍ତ୍ତାରେ ଆୟୋଜିତ ଏସୀୟ କ୍ରୀଡାର ୧୦୦ ଓ ୨୦୦ମିଟର ଦୌଡ଼ରେ ରୌପ୍ୟ, ଗତ ଜୁଲାଇରେ ଇଟାଲୀର ନେପୋଲିରେ ଆୟୋଜିତ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାର ୧୦୦ ମିଟର ଦୌଡ଼କୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ସହ ନୂତନ ଇତିହାସ ରଚିଥିଲେ। ସେହିପରି ଗତ ଜୁନ୍‌ରେ ଝାଡଖଣ୍ଡର ରାଞ୍ଚିରେ ଆୟୋଜିତ ଜାତୀୟ ଓପନ ଦୌଡ଼କୁଦର ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିବା ସହିତ ନୂତନ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories