www.samajalive.in
Sunday, December 14, 2025
18.1 C
Bhubaneswar

ଟ୍ରମ୍ପ- ଭାରତ, ଚୀନ୍‌, ରୁଷିଆର ଆବର୍ଜନା ଆମେରିକାରେ ପହଞ୍ଚୁଛି

ୱାଶିଂଟନ୍‌ :ଭାରତ, ଚୀନ୍‌ ଓ ରୁଷିଆ ସମୁଦ୍ରକୁ ଛାଡ଼ୁଥିବା ଅଳିଆ ଆବର୍ଜନା ଭାସିଆସି ଲସ୍‌ ଆଞ୍ଜଲ୍ସରେ ପହଞ୍ଚୁଛି। ସେମାନଙ୍କ ଦେଶର ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ ପରିବେଶକୁ ନଷ୍ଟ କରୁଛି। ଏହାର ପ୍ରତିକାର ସହ ଆବର୍ଜନା ସଫେଇ ତଥା ଧୂଆଁ ନିୟନ୍ତ୍ରଣ ପାଇଁ ଏହି ଦେଶଗୁଡ଼ିକ କିଛି ପଦକ୍ଷେପ ନେଉ ନାହାନ୍ତି। ନ୍ୟୁ ୟର୍କଠାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଲାବେଳେ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିସହିତ ସେ ପୃଥିବୀ ପୃଷ୍ଠରେ ସର୍ବଦା ସ୍ବଚ୍ଛ ଜଳ ଓ ବାୟୁ ଚାହାନ୍ତି ବୋଲି ଜୋର୍‌ ଦେଇ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଏକ ଜଟିଳ କଥା; ପ୍ୟାରିସ ଜଳବାୟୁ ରାଜିନାମା ଆମେରିକା ପାଇଁ ଧ୍ବଂସକାରୀ ହୋଇଥିବାରୁ ଆମେ ସେଥିରୁ ଓହରି ଆସିଛୁ ବୋଲି ସେ କହିଛନ୍ତି। ପ୍ୟାରିସ ଜଳବାୟୁ ରାଜିନାମା କାରଣରୁ ଆମେରିକାବାସୀ ନିଯୁକ୍ତି ହରାଉଛନ୍ତି ଓ ପ୍ରଦୂଷଣ ସୃଷ୍ଟିକାରୀ ବିଦେଶୀ ରାଷ୍ଟ୍ର ସୁରକ୍ଷିତ ରହୁଛନ୍ତି। ଏହି ରାଜିନାମା ଏତେ ଅନ୍ୟାୟୋଚିତ ଯେ ୨୦୩୦ ପର୍ଯ୍ୟନ୍ତ ଚୀନ୍‌ ସୁରକ୍ଷିତ ରହୁଛି; ରୁଷିଆ ୧୯୯୦ ଦଶକକୁ ଚାଲିଯାଇଛି ଏବଂ ବିକାଶଶୀଳ ରାଷ୍ଟ୍ର ଭାବରେ ଭାରତକୁ ଆମେ ସାହାଯ୍ୟ କରୁଛୁ। ଆମେରିକା ମଧ୍ୟ ଏକ ବିକାଶଶୀଳ ରାଷ୍ଟ୍ର ବୋଲି ଟ୍ରମ୍ପ କହିଛନ୍ତି। ଆମେରିକା ଏକ କ୍ଷୁଦ୍ର ଭୂଖଣ୍ଡ ହୋଇଥିବାବେଳେ ଚୀନ୍‌, ଭାରତ ଓ ରୁଷିଆ ଆକାରରେ ବହୁତ ବଡ଼। ଏହା ସତ୍ତ୍ବେ ସେମାନେ ଆବର୍ଜନା ସଫା କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଟ୍ରମ୍ପ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories